ଧୋଇଗଲା କସପଙ୍କା ପୋଲ ସଂଯୋଗୀକରଣ ରାସ୍ତା: ଯାତାୟତରେ ବାଧାପ୍ରାପ୍ତ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୨୬।୭(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତର ଦୁର୍ଗମ ତାମାଙ୍ଗି ଗ୍ରାମକୁ ସଂଯୋଗୀକରଣ କରୁଥିବା କସପଙ୍କାଠାରେ ନବ ନିର୍ମିତ ପୋଲର ସଂଯୋଗୀକରଣ ରାସ୍ତା ଧୋଇହୋଇଯାଇଛି। ଫଳରେ ଉକ୍ତ ରାସ୍ତାଦେଇ ଯାତାୟାତ ଠପ୍‌ ହୋଇଛି। ତାମାଙ୍ଗି ସମେତ କୁମ୍ଭାରିପଦର, ପିଡ଼ିକାରିପି ଗ୍ରାମ ଓ ପର୍ଯ୍ୟଟନକ୍ଷେତ୍ର ଋଷିମାଳକୁ ପର୍ଯ୍ୟଟକ, ଅଞ୍ଚଳବାସୀ ଉକ୍ତରାସ୍ତା ଦେଇ ଯାତାୟାତ କରିପାରୁ ନାହାନ୍ତି।