ଧୋଇଗଲା ଅସ୍ଥାୟୀ ପୋଲ

ରାଇକିଆ,୧୪ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ମୁରୁଡ଼ି କୁପୁଡ଼ାଠାରେ ଦାରିଙ୍ଗିବାଡ଼ି-ରାଇକିଆକୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ରବିବାର ଅପରାହ୍ନରେ ଧୋଇ ଯିବାରୁ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ୨୦୧୮ ତିତ୍‌ଲି ବାତ୍ୟାରେ ଏଠାରେ ଥିବା ସ୍ଥାୟୀ ପୋଲଟି ଧୋଇ ଯାଇଥିଲା। ସେବେଠାରୁ ଅସ୍ଥାୟୀ ଭାବେ ରାସ୍ତା ପାଖରେ ମାଟି ପକା ଯାଇ ଡାଇଭର୍ସନ ନିର୍ମାଣ କରାଯାଇ ଯାନବାହନ ଚଳାଚଳ କରିଥିଲା। ଇତି ମଧ୍ୟରେ ୪ ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ସ୍ଥାୟୀ ପୋଲ ନିର୍ମାଣ କରାଯାଇ ନ ଥିଲା। ଫଳ ସ୍ବରୂପ ଗତ ଦୁଇଦିନର ଲଗାଣ ବର୍ଷା ଯୋଗୁ ଡାଇଭର୍ସନ ଧୋଇ ଯାଇ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ପ୍ରତ୍ୟେକ ବର୍ଷ ଏହିପରି ଡାଇଭର୍ସନ ଧୋଇ ଯାଉଥିଲେ ମଧ୍ୟ କେବଳ ମାଟି ପକାଇ ଅସ୍ଥାୟୀ ଭାବେ ଯାନବାହନ ଚଳାଚଳ ହେଉଛି।

Share