କୋଲକାତା,୧୫।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ପାଇଁ ଘୋଷିତ ଦଳରୁ ବାଦ୍ ପଡ଼ିଛନ୍ତି ସ୍ପିନ ବୋଲିଂ ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର। ମାଂସପେଶୀ ଜନିତ ଆହତ ସମସ୍ୟା ଯୋଗୁ ତାଙ୍କୁ ଏଭଳି ଦଶା ଭୋଗିବାକୁ ପଡ଼ିଛି। ତାଙ୍କ ବଦଳ ଖେଳାଳି ଭାବେ ବାମହାତୀ ସ୍ପିନର କୁଲଦୀପ ଯାଦବଙ୍କୁ ଦଳରେ ସ୍ଥାନ ଦେଇଛନ୍ତି ସର୍ବଭାରତୀୟ ଚୟନ କମିଟି।
“ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ମ୍ୟାଚ୍ରେ ଫିଲ୍ଡିଂ କଲା ବେଳେ ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦରଙ୍କ ବାମ ଗୋଡ଼ ମାଂସପେଶୀ ଟାଣି ହୋଇଯାଇଥିଲା। ଏଣୁ ସେ ୧୬ ତାରିଖରୁ ଆରମ୍ଭ ହେବାକୁ ଥିବା ଟି୨୦ ସିରିଜ୍ରୁ ବାଦ୍ ପଡ଼ିଛନ୍ତି” ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।