ଭାରତୀୟ କ୍ରିକେଟର୍ ୱାଶିଂଟନ ସୁନ୍ଦରଙ୍କ ପାଇଁ ଏବେ ଏକ ସୁବର୍ଣ୍ଣ ସମୟ ଚାଳିଛି। ଅଷ୍ଟ୍ରେଲିଆରେ ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତିରେ ତାଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା। ଏହାର ଚମତ୍କାର ଫାଇଦା ଉଠା ସେ ସମtସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଥମ ମ୍ୟାଚ୍ରେ ସେ ୪ଟି ଉଇକେଟ ନେଇଥିଲେ ଏବଂ ପରେ ଟିମ ୬୨ରନ୍ର ପାଳି ଖେଳି ଟିମ ଇଣ୍ଡିଆକୁ ବିଜୟୀ କରାଇଥିଲେ। ଫଳସ୍ବରୂପ, ଅ ୩୨ବର୍ଷ ପରେ ଅଷ୍ଟ୍ରେଲିଆର ଭାରତ ଗାବା ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଏବେ ସେହି ମ୍ୟାଚ ମନେ ରଖିବା ପାଇଁ ସୁନ୍ଦର ଏକ ଅଭିନବ ଉପାୟ ବାଛିଛନ୍ତି। ସୁନ୍ଦର ତାଙ୍କ ପୋଷା କୁକୁରର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ଏହାର ନାମ ଗାବା, ସେ ଏହାକୁ ଚାରି ଗୋଡର ବନ୍ଧୁ ବୋଲି ବର୍ଣ୍ଣନା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସେ ତାଙ୍କ ବନ୍ଧୁ ନାମ ରଖିଛନ୍ତି ଗାବା, ଯାହା ଦ୍ୱାରା ସେହି ଐତିହାସିକ ବିଜୟର ସ୍ମୃତି ଅକ୍ଷୁର୍ଣ୍ଣ ରହିବ। ସୁନ୍ଦର ଏବେ ଆଇପିଏଲ୍ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ସେ ଏହି ଲିଗ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳୁଛନ୍ତି।
Love is a four-legged word. World, meet Gabba! 🐾 pic.twitter.com/I1O76Jm63o
— Washington Sundar (@Sundarwashi5) April 3, 2021