Categories: ଖେଳ

ବାଦ୍‌ ପଡ଼ିଲେ ଚହର, ଏହି ବୋଲରଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୮।୧୦: ଭାରତୀୟ ଦ୍ରୁତ ବୋଲର୍‌ ଦୀପକ ଚହର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜାରି ରହିଥିବା ଦିନିକିଆ ସିରିଜର ବାକି ଦୁଇ ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି। ଇନ୍ଦୋରରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚରେ ତାଙ୍କ ପିଠି ଆହତ ହୋଇଥିଲା। ଏଥିଯୋଗୁ ସେ ଲକ୍ଷ୍ନୌରେ ପ୍ରଥମ ଦିନିକିଆ ଖେଳିବା ଲାଗି ଉପଲବ୍ଧ ନ ଥିଲେ। ଏବେ ବିସିସିଆଇ ପକ୍ଷରୁ ଖବରଦାତା ସମ୍ମିଳନୀ କରି ଏନେଇ ସୂଚନା ଦିଆଯାଇଛି।

ଚହର ଏବେ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀ(ଏନ୍‌ସିଏ) ଯିବେ। ସେଠାରେ ମେଡିକାଲ ଟିମ୍‌ ତାଙ୍କର ଚିକିତ୍ସା କରିବେ। ତେବେ ତାଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ଦିନିକିଆ ମ୍ୟାଚ୍‌ ଲାଗି ଓ୍ବାଶିଂଟନ ସୁନ୍ଦରଙ୍କୁ ସ୍କ୍ବାର୍ଡରେ ସାମିଲ କରାଯାଇଛି। ଭାରତ ଅକ୍ଟୋବର ୯ରେ ରାଞ୍ଚିରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଖେଳିବ। ସେହିଭଳି ଅକ୍ଟୋବର ୧୧ରେ ନୂଆଦିଲ୍ଲୀଠାରେ ସିରିଜର ଅନ୍ତିମ ମୁକାବିଲା ଆୟୋଜିତ ହେବ।

ଭାରତୀୟ ଦିନିକିଆ ଟିମ୍‌: ଶିଖର ଧାଓ୍ବନ(ଅଧିନାୟକ), ଋତୁରାଜ ଗାୟକଓ୍ବାଡ, ଶୁଭମନ ଗିଲ, ଶ୍ରେୟାସ ଆୟାର(ଉପ-ଅଧିନାୟକ), ରଜତ ପାଟିଦାର, ରାହୁଲ ତ୍ରିପାଠୀ, ଈଶାନ କିଶନ(ଉଇକେଟକିପର), ସଞ୍ଜୁ ସାମସନ(ଉଇକେଟକିପର), ଶାହାବାଜ ଅହମ୍ମଦ, ଶାର୍ଦ୍ଦୁଳ ଠାକୁର, କୁଳଦୀପ ଯାଦବ, ରବି ବିଶ୍ନୋଇ, ମୁକେଶ କୁମାର, ଆଭେଶ ଖାଁ, ମହମ୍ମଦ ସିରାଜ, ଓ୍ବାଶିଂଟନ ସୁନ୍ଦର

Share