Categories: ଖେଳ

ହାଇଦ୍ରାବାଦକୁ ଝଟକା: ଆଇପିଏଲ୍‌ରୁ ବାଦ୍‌ ପଡିଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ର ୧୬ତମ ସିଜନରେ ସନରାଇଜର୍ସ ହାଇଦ୍ରାବାଦକୁ ଏକ ବଡ଼ ଝଟକା ଲାଗିଛି। ଷ୍ଟାର ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଆଇପିଏଲ ୧୬ର ଅବଶିଷ୍ଟ ମ୍ୟାଚରେ ଅଂଶ ହୋଇପାରିବ ନାହ। ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଟୁଇଟ କରି ଏହି ବିଷୟରେ ସୂଚନା ଦିଆଯାଇଛି। ସନରାଇଜର୍ସ ହାଇଦ୍ରାବାଦର ଟୁଇଟର ହ୍ୟାଣ୍ଡେଲରୁ ଏହା କୁହାଯାଇଛି ଯେ, ହାମଷ୍ଟ୍ରିଂ ଆଘାତ ହେତୁ ୱାଶିଂଟନ ସୁନ୍ଦର ମ୍ୟାଚ ଖେଳି ପାରିବ ନାହିଁ। ତେବେ ହାଇଦ୍ରାବାଦ ସୁନ୍ଦରଙ୍କ ସ୍ଥାନରେ କିଏ ଖେଳିବେ ସେନେଇ ଘୋଷଣା କରିନାହିଁ।

Share