Categories: ଖେଳ

ଗୋଟିଏ କାନରେ ଶୁଣିପାରୁ ନ ଥିଲେ ଏହି କ୍ରିକେଟର୍‌, ଦେଶ ପାଇଁ କଲେ ଡେବ୍ୟୁ

ବ୍ରିସବେନ,୧୫।୧: ବର୍ଡର-ଗାଭାସ୍କର ସିରିଜର ଶେଷ ଟେଷ୍ଟ ବ୍ରିସବେନ୍‌ରରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଭାରତ ଅନଭିଜ୍ଞ ବୋଲିଂ ଆଟାକ ସହ ଅଷ୍ଟ୍ରେଲିଆ ବିପକ୍ଷରେ ମଇଦାନକୁ ଓହ୍ଲାଇଛି। ଆହତ କାରଣରୁ ଟିମ ଇଣ୍ଡିଆର ଦୁଇ ଅଭିଜ୍ଞ ବୋଲର ଯଶପ୍ରୀତ ବୁମ୍‌ରା ଓ ରବିଚନ୍ଦ୍ରନ ଅଶ୍ୱିନ ୪ର୍ଥ ଟେଷ୍ଟ ଖେଳୁନାହାନ୍ତି। ବୁମ୍‌ରାଙ୍କ ବଦଳରେ ଟି ନଟରାଜନ ଟେଷ୍ଟରେ ଡେବ୍ୟୁ କରିଛନ୍ତି।ସେହିପରି ଅଶ୍ୱିନଙ୍କ ବଦଳରେ ୱାଶିଂଟନ ସୁନ୍ଦର ୩୦୧ତମ ଭାରତୀୟ ଖେଳାଳି ଭାବେ ଟେଷ୍ଟରେ ଡେବ୍ୟୁ କରୁଛନ୍ତି। କ୍ରିକେଟ୍‌ କ୍ୟାରିୟର ଆରମ୍ଭବେଳେ ସୁନ୍ଦରଙ୍କୁ ସଂଘର୍ଷର ସାମ୍ନା କରିବାକୁ ପଡିଥିଲା। ୨୦୧୬ରେ ତାମିଲନାଡୁ ଟିମ୍‌ରେ ସ୍ଥାନ ପାଇଥିଲେ। ସୁନ୍ଦର ପାର୍ଥିବ ପଟେଲଙ୍କ ପାରେ ସର୍ବକନିଷ୍ଠ ଭାବେ ଏକଦିବୀୟରେ ଭାରତ ପକ୍ଷରୁ ଡେବ୍ୟୁ କରିଥିଲେ। ସୁନ୍ଦରଙ୍କ ଏକ ରାଜ ରହିଛି। ତାଙ୍କୁ ଗୋଟିଏ କାନକୁ ଶୁଭା ଯାଏନି। ତଥାପି ତାଙ୍କୁ କୌଣସି ଅସୁବିଧା ହୋଇ ନ ଥାଏ। ସାଥୀ ଖେଲାଳି ମଧ୍ୟ ଏକଥା ଜାଣିଛନ୍ତି।

Share