ନୂଆଦିଲ୍ଲୀ,୧୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଝଟ୍କା। ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର ଏବେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସିରିଜ ଲାଗି ଏହି ୨୨ ବର୍ଷୀୟ ସ୍ପିନର ଦିନିକିଆ ଦଳର ଅନ୍ୟ ସଦସ୍ୟଙ୍କ ସହ ମୁମ୍ବାଇରୁ କେପ୍ଟାଉନ୍ ଯାତ୍ରା କରିଥାନ୍ତେ। ହେଲେ କୋଭିଡ୍ ସଂକ୍ରମିତ ହେବା ଯୋଗୁ ସେ ମହାରାଷ୍ଟ୍ରରେ ଯୋଗ ଦେଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ସୂଚନାଯୋଗ୍ୟ, ଆଘାତ ସମସ୍ୟା ଯୋଗୁ ସୁନ୍ଦର ପ୍ରାୟ ୧୦ ମାସ ଧରି କ୍ରିକେଟରୁ ଦୂରରେ ଅଛନ୍ତି। ୨୦୨୧ ମାର୍ଚ୍ଚରେ ଭାରତ ପାଇଁ ଶେଷ ଥର ପାଇଁ ଖେଳିଥିବା ଏହି କ୍ରିକେଟର ନିକଟରେ ସୁସ୍ଥ ହୋଇ ବିଜୟ ହଜାରେ ଟ୍ରଫି ପାଇଁ ତାମିଲନାଡ଼ୁ ଦଳରେ ସାମିଲ ହୋଇଥିଲେ। ଏଥିରେ ଭଲ ପ୍ରଦର୍ଶନ କରିଥିବା ହେତୁ ସେ ଜାତୀୟ ଦିନିକିଆ ଦଳକୁ ଫେରିଥିଲେ। ଏବେ ସେ କୋଭିଡ୍ ପଜିଟିଭ୍ ହୋଇଥିବା ଯୋଗୁ ଅନ୍ତର୍ଜାତୀୟ ଦଳକୁ ଫେରିବା ପାଇଁ ଅଧିକ ସମୟ ନେଇ ପାରନ୍ତି।