ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମଙ୍କ ଏକ ପୁରୁଣା ଫଟୋ ଭାଇରାଲ ହୋଇଛି। କ୍ରୀଡ଼ା ଉପସ୍ଥାପକ ଗୌତମ ଭୀମାନି ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଏକ ଫଟୋ ଶେୟାର କରି ଲେଖିଛନ୍ତି ଯେ ମୋର ପ୍ରିୟ କ୍ରିକେଟରଙ୍କ ହୋଲିକୁ ମନେ ରଖିଛି। ପୁଲରେ ଭାରତ ଏବଂ ପାକିସ୍ତାନ ଦଳ ହୋଲି ଖେଳିଥିଲେ। ଭୀମାନୀଙ୍କ ଏହି ଫଟୋକୁ ଲୋକମାନେ ମଧ୍ୟ ପସନ୍ଦ କରିଥିଲେ। କିନ୍ତୁ ଏହି ଫଟୋ ଦେଖି ଆକ୍ରମଙ୍କ ସ୍ତ୍ରୀ ଶାନୟରା ସ୍ବାମୀଙ୍କୁ ଟ୍ରୋଲ କରିଥିଲେ। ଭୀମାନିଙ୍କ ସହ ଏହି ଫଟୋରେ ୱାସିମ ଆକ୍ରମ ମୁହଁରେ ରଙ୍ଗ ଲଗାଇ ଅଣ୍ଡରଓ୍ବେୟାର ପିନ୍ଧିଥିବାର ନଜର ଆସିଛନ୍ତି। ୱାସିମ ଆକ୍ରମ ଏହି ଫଟୋକୁ ରିଟୁଇଟ କରି ଲେଖିଛନ୍ତି, ହୋଲି ହୋଲି। ୧୯୮୭ ରେ, ଇମ୍ରାନ ଖାନଙ୍କ ଅଧିନାୟକତ୍ୱରେ ଭାରତ ଗସ୍ତରେ ଆସିଥିଲା ପାକିସ୍ତାନ। ଏଠାରେ ପାକିସ୍ତାନ ପାଞ୍ଚଟି ଟେଷ୍ଟ ମ୍ୟାଚ ଖେଳିଥିଲେ। ସେତେବେଳେ ୱାସିମ ଆକ୍ରାମ ମଧ୍ୟ ପାକିସ୍ତାନ ଦଳର ଅଂଶ ଥିଲେ ଏବଂ ସେତେବେଳେ ତାଙ୍କୁ ମାତ୍ର ୨୦ ବର୍ଷ ହୋଇଥିଲା।
ଫଟୋ ଉପରେ ମନ୍ତବ୍ୟ ଦେଇ ଶାନୟରା ଲେଖିଛନ୍ତି, ଆଜି ଯେତେବେଳେ ମୁଁ ଟୁଇଟର ଖୋଲିଲି, ସେତେବେଳେ ମୋ ସ୍ବାମୀଙ୍କରେ ଏକ ଫଟୋ ଦେଖିଲି। ଏହା ସ୍ବାଭାବିକ କି? ଏଥିରେ ଆକ୍ରାମ ଉତ୍ତର ଦେଇ ଲେଖିଥିଲେ, ଏହା ନୂଆ ସ୍ବାଭାବିକ। ତୁମର ସୂଚନା ପାଇଁ, ମୋତେ କହିବାକୁ ଦିଅ ଯେ ଏହା ସର୍ଟସ ଥିଲା, ଅଣ୍ଡରଓ୍ବେୟାର ନୁହେଁ । ଏହା ବ୍ୟତୀତ ଅନେକ ପ୍ରଶଂସକ ମଧ୍ୟ ଆକ୍ରାମଙ୍କ ଫଟୋ ଉପରେ ମନ୍ତବ୍ୟ ଦେଇଥିଲେ।