ନୂଆଦିଲ୍ଲୀ,୨୮।୧୨: ମେଲବୋର୍ନରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡକୁ ଏକ ଇନିଂସ ଏବଂ ୧୪ ରନ୍ରେ ପରାସ୍ତ କରି ଅଷ୍ଟ୍ରେଲିଆ ଆଶେସ ସିରିଜ ଜିତିଛି। ଦ୍ୱିତୀୟ ଇନିଂସରେ ଇଂଲଣ୍ଡର ପୁରା ଦଳ ମାତ୍ର ୬୮ ରନ୍ରେ ଅଲଆଉଟ୍ ହୋଇଥିଲା। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ଆଶେସ ସିରିଜରେ ୩-୦ ଅଗ୍ରଣୀ ହାସଲ କରିଛି ।
ଆଶେସ ସିରିଜର ତୃତୀୟ ଟେଷ୍ଟରେ ଅପମାନଜନକ ପରାଜୟ ପରେ ଇଂଲଣ୍ଡ ଦଳ ସମାଲୋଚନାର ସମ୍ମୁଖୀନ ହୋଇଛି। ପୂର୍ବତନ ଭାରତୀୟ ଓପନର୍ ୱାସିମ ଜାଫର୍ ମଧ୍ୟ ଏହି ସୁଯୋଗର ସମ୍ପୂର୍ଣ୍ଣ ଫାଇଦା ଉଠାଇ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନଙ୍କୁ ମୁହଁତୋଡ ଜବାବ ଦେଇଥିଲେ ଏବଂ ତାଙ୍କୁ ୨ ବର୍ଷ ପୂର୍ବେ ଭାରତର ସ୍କୋରକୁ ନେଇ ସେ କରିଥିବା ଏକ ଟୁଇଟ୍କୁ ମନେ ପକାଇ ଦେଇଥିଲେ।
ମାଇକେଲ ଭନ ୨୦୧୯ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏକ ମ୍ୟାଚକୁ ନେଇ ଟୁଇଟ୍ କରିଥିଲେ। ଏହି ମ୍ୟାଚ୍ରେ ଟିମ ଇଣ୍ଡିଆ ୯୨ ରନରେ ଆଉଟ ହୋଇଥିଲା। ଏନେଇ ଭନ ଟୁଇଟ୍ କରି କହିଛନ୍ତି, ଟିମ ଇଣ୍ଡିଆ ୯୨ରେ ଅଲ ଆଉଟ ହୋଇଛି। ବିଶ୍ୱାସ କରି ହେବ ନାହିଁ ଯେ କୌଣସି ଦଳ ଆଜିର ସମୟରେ ମଧ୍ୟ ୧୦୦ ରନ ମଧ୍ୟରେ ଅଲଆଉଟ ହୋଇପାରନ୍ତି। ଭନଙ୍କୁ ଜବାବ ଦେଇ ଜାଫର ଏକ ଭିଡିଓ ଟୁଇଟ୍ କରିଛନ୍ତି। ଭିଡିଓରେ ଭନଙ୍କ ୨ବର୍ଷ ତଳର ଟୁଇଟ୍ ଦେଖାଯାଇଛି।
England 68 all out @MichaelVaughan 🙈 #Ashes pic.twitter.com/lctSBLOsZK
— Wasim Jaffer (@WasimJaffer14) December 28, 2021