Categories: ଖେଳ

‘ୟେ ବନ୍ଧନ ତୋ ପ୍ୟାର୍‌ କା…’; ସିଏସ୍‌କେ-ଏମ୍‌ଆଇ ମ୍ୟାଚ୍‌କୁ ନେଇ…

ମୁମ୍ବାଇ,୨୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ର ୩୩ତମ ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଅଙ୍କ ତାଲିକାର ନିମ୍ନ ଭାଗରେ ଥିବାରୁ ଉଭୟ ଟିମ୍‌ ପାଇଁ ଏହା କର ଅବା ମର ସ୍ଥିତି ଭଳି। ତେବେ ଗୁରୁବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍‌କୁ ନେଇ ମଜାଳିଆ ଟୁଇଟ୍‌ କରି ଚର୍ଚ୍ଚାରେ ଓ୍ବାସିମ ଜାଫର। ସେ ବଲିଉଡ୍‌ ଚଳଚ୍ଚିତ୍ର ‘କରନ୍‌ ଅର୍ଜୁନ’ର ଗୀତ ‘ୟେ ବନ୍ଧନ ତୋ ପ୍ୟାର୍‌ କା ବନ୍ଧନ ହୈ’ଶେୟାର କରି କ୍ୟାପସନରେ ‘ଏମ୍‌ଆଇ, ସିଏସ୍‌କେ ଏବଂ ଷ୍ଟାର ସ୍ପୋଟ୍ସ ଆଜି ରାତିରେ ଏଭଳି ନଜର ଆସିବେ’ ବୋଲି ଲେଖିଛନ୍ତି।

ଟୁଇଟ୍‌:

କହିରଖୁଛୁ, ଆଇପିଏଲ୍‌ ଇତିହାସ ଦେଖିଲେ ମୁମ୍ବାଇ ଏବଂ ଚେନ୍ନାଇ ଟୁର୍ନାମେଣ୍ଟର ଦୁଇ ସଫଳ ଟିମ୍‌। ଉଭୟଙ୍କ ମଧ୍ୟରେ ଏଯାବତ ୩୨ ମୁକାବିଲା ଖେଳାଯାଇଛି। ସେଥିରୁ ଚେନ୍ନାଇକୁ ମୁମ୍ବାଇ ୧୯ଥର ପରାଜିତ କରିଛି। ସିଏସ୍‌କେ ୧୩ ମ୍ୟାଚ୍‌ ଜିତିଛି।

Share