Categories: ଜାତୀୟ

ପାନ ମସଲା ବିଜ୍ଞାପନ ଛାଡ଼ିଲେ ବିଗ୍‌ ବି

ନୂଆଦିଲ୍ଲୀ,୧୧।୧୦: ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ସୋମବାର ଏକ ବ୍ଲଗ ପୋଷ୍ଟ ଜରିଆରେ ପାନ ମସଲାର ବ୍ରାଣ୍ଡ ସହ ଚୁକ୍ତିରୁ ଓହରିବା ନେଇ ଘୋଷଣା କରିଛନ୍ତି। ଏହାର କାରଣରେ ସେ ଦର୍ଶାଇଛନ୍ତି, ଉକ୍ତ ବ୍ରାଣ୍ଡ ସହ ଯୋଡ଼ି ହେଲା ବେଳେ ତାଙ୍କ ପାଖରେ ସବିଶେଷ ତଥ୍ୟ ନ ଥିଲା। ଏଭଳି ବିଜ୍ଞାପନ ଲାଗି ପଲସ ପୋଲିଓ ଅଭିଯାନର ବ୍ରାଣ୍ଡ ଆମ୍ବାସାଡର ଥିବା ଅମିତାଭଙ୍କୁ ବେଶ୍‌ ସମାଲୋଚିତ ହେବାକୁ ପଡ଼ିଥିଲା।

”କମଲା ପସନ୍ଦର ବିଜ୍ଞାପନ ପ୍ରସାରିତ ହେବାର କିଛି ଦିନ ପରେ ଅମିତାଭ ବଚ୍ଚନ ବ୍ରାଣ୍ଡ ସହ ଯୋଗାଯୋଗ କରିଥିଲେ। ବ୍ରାଣ୍ଡର ଏଣ୍ଡୋରସମେଣ୍ଟରୁ ସେ ଓହରିବାକୁ ନିଷ୍ପତ୍ତି ନେଇଥିବା ଜଣାଇ ଦେଇଛନ୍ତି। ପ୍ରଡକ୍ଟର କାଟେଗୋରି ବିଷୟରେ ନ ଜାଣି ଚୁକ୍ତି କରିଥିଲେ ୭୯ ବର୍ଷୀୟ ଅଭିନେତା। ସରୋଗେଟ ଆଡଭର୍ଟାଇଜିଂ କାଟାଗୋରିରେ ଏହା ଆସୁଥିବା ଜାଣିବା ପରେ ସିନିୟର ବଚ୍ଚନ ଏଭଳି ନିଷ୍ପତ୍ତି ନେଇଛନ୍ତି। ଚୁକ୍ତି ବାତିଲ କରିବା ସହ ପ୍ରମୋଶନ ଲାଗି ନେଇଥିବା ଟଙ୍କା ମଧ୍ୟ ଫେରାଇ ଦେଇଛନ୍ତି“ ବୋଲି ବ୍ଲଗରେ ଉଲ୍ଲେଖ କରାଯାଇଛି।

ଗତ ମାସରେ ଟବାକୋର ବିଲୋପ ପାଇଁ କାର୍ଯ୍ୟ କରୁଥିବା ଜାତୀୟ ସଂସ୍ଥା ‘ନୋଟ୍‌’ (ଏକ ଏନ୍‌ଜିଓ) ବଚ୍ଚନଙ୍କ ପାଖରେ ପହଞ୍ଚି ପାନ ମସଲା କମ୍ପାନୀ ପାଇଁ ବିଜ୍ଞାପନ ନ କରିବାକୁ କହିଥିଲେ।

Share