ନୂଆଦିଲ୍ଲୀ,୨୨।୧୨: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ମୁମ୍ବାଇରେ କୋଭିଡ୍-୧୯ ନିୟମ ଭଙ୍ଗ କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ। ସ୍ଥାନୀୟ ନିୟମ ସମ୍ପର୍କରେ ଅବଗତ ନ ଥିବାରୁ ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଥିବା ସିଏସ୍କେ ଷ୍ଟାରଙ୍କ ପକ୍ଷରୁ କୁହାଯାଇଛି।
ଜେଡ୍ବ୍ଲ୍ୟୁ ମାରିଅଟଠାରେ ଚାଲିଥିବା ପାର୍ଟିରେ ମଙ୍ଗଳବାର ଅଧରାତିରେ ଚଢ଼ାଉ କରି ୩୪ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଏମାନଙ୍କ ମଧ୍ୟରେ ଥିଲେ ରାଇନା। ପାର୍ଟିରେ ବହୁ ସଂଖ୍ୟାରେ ଲୋକମାନେ ମାସ୍କ ପିନ୍ଧି ନ ଥିଲେ ଓ ସୋସିଆଲ ଡିଷ୍ଟାନ୍ସ ମଧ୍ୟ ପାଳନ କରୁ ନ ଥିଲେ। ଏ ଭଳି କୋଭିଡ୍-୧୯ ନିୟମ ଉଲ୍ଲଂଘନ କରୁଥିବା ଖବର ପାଇ ରାତି ୩ ଟାରେ ଚଢ଼ାଉ କରିଥିଲା ଗାମଦେବୀ ଓ ସହରର ଥାନା ଅଧିକାରୀ।
ରାଇନା ଏକ ଶୁଟ ପାଇଁ ମୁମ୍ବାଇ ଆସିଥିଲେ, ଯାହାକି କିଛି ସମୟ ପାଇଁ ସ୍ଥଗିତ କରାଯାଇଥିଲା। ଏହି ସମୟରେ ଜଣେ ସାଙ୍ଗ ତାଙ୍କୁ ରାତ୍ରି ଭୋଜନ ଲାଗି ସେହି ପାର୍ଟିକୁ ଆମନ୍ତ୍ରଣ କରିଥିଲେ। ସ୍ଥାନୀୟ ସମୟ ଓ ନିୟମ ସମ୍ପର୍କରେ ଅବଗତ ନ ଥିଲେ ରାଇନା। ସେ ଏହା ଜାଣିଶୁଣି କରି ନ ଥିବା ତାଙ୍କ ମ୍ୟାନେଜମେଣ୍ଟ କମ୍ପାନୀ ପକ୍ଷରୁ କୁହାଯାଇଛି। ଉଲ୍ଲେଖଥାଉ କି, ରାଇନାଙ୍କ ବ୍ୟତୀତ ଗାୟକ ଗୁରୁ ରାନଧ୍ୱା, ସୁସେନ ରୋଶନ ଖାନଙ୍କ ଭଳି ବଡ଼ ବଡ଼ ସେଲିବ୍ରେଟିଙ୍କୁ ପୋଲିସ ଗିରଫ କରିଥିଲା। ଆଉ କିଛି ସେଲିବ୍ରିଟି ପୋଲିସ ଚଢ଼ାଉ ବେଳେ ପଛ ବାଟ ଦେଇ ବାହାରକୁ ଚାଲିଯାଇଥିଲେ।