ନୂଆଦିଲ୍ଲୀ,୧୭।୯: କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପେଟ୍ରୋଲ, ଡିଭେଲ ଭଳି ଇନ୍ଧନକୁ ଦ୍ରବ୍ୟ ଓ ସେବା କର (ଜିଏସ୍ଟି) ତାଲିକାରେ ସାମିଲ କରିବା ପାଇଁ କାଉନ୍ସିଲରେ ଆଲୋଚନା ହୋଇଥିଲା। କିନ୍ତୁ କାଉନ୍ସିଲର ସଦସ୍ୟମାନେ ସମ୍ପୂର୍ଣ୍ଣ ରୂପେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହାର ଅର୍ଥ ପେଟ୍ରୋଲିୟମ ଜାତୀୟ ଦ୍ରବ୍ୟକୁ ଜିଏସ୍ଟିରେ ସାମିଲ କରିବାକୁ ସମୟ ଆସିନାହିଁ। କାଉନ୍ସିଲର ନିଷ୍ପତ୍ତି ସମ୍ପର୍କରେ ହାଇକୋର୍ଟଙ୍କୁ ଜଣାଇ ଦିଆଯିବ। ଶୁକ୍ରବାର ଜିଏସ୍ଟି କାଉନ୍ସିଲ ବୈଠକ ପରେ ଏଭଳି କହିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସିଥାରମଣ।
ଏକ ଆବେଦନର ଶୁଣାଣି କରି ଗତ ଜୁନରେ କେରଳ ହାଇକୋର୍ଟ ପେଟ୍ରୋଲ ଓ ଡିଜେଲ୍କୁ ଜିଏସ୍ଟି ତାଲିକାରେ ସାମିଲ କରିବା ଉପରେ ବିଚାର କରିବାକୁ ଜିଏସ୍ଟି କାଉନ୍ସିଲକୁ ନିର୍ଦ୍ଦେଶ ଦେଇଥିଲେ।