Categories: ବାଣିଜ୍ୟ

ଆଇଟିସି ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ଅଭିଯାନ

ନୂଆଦିଲ୍ଲୀ,୭ା୧: ଆଇଟିସି ଲିମିଟେଡ୍‌ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ଅଭିଯାନ ଆରମ୍ଭ କରାଯାଇଛି। ଏପରିକି ଏହାର ପ୍ରମୁଖ ବ୍ରାଣ୍ଡ୍‌ ଇନ୍‌ଷ୍ଟାଣ୍ଟ ନୁଡଲ୍ସ ଏବଂ ପାସ୍ତା ବ୍ରାଣ୍ଡ୍‌ ସନ୍‌ଫିଷ୍ଟ ୟିପି ପକ୍ଷରୁ ‘ୟିପି ବେଟର ୱାର୍ଲଡ-ଟ୍ରାସ୍‌ ଟୁ ଟ୍ରେଜର’ କାର୍ଯ୍ୟକ୍ରମ ଜରିଆରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ସ୍କୁଲ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ବିଶେଷକରି ସନ୍‌ଫିଷ୍ଟ ୟିପି ଏକ ଏନ୍‌ଜିଓ ପାର୍ଟନର ୱେ ଫର୍‌ ଲାଇଫ୍‌ ସହ ମିଳିତ ଭାବରେ ଏହି ଅଭିଯାନର ନେତୃତ୍ୱ ନେଉଛନ୍ତି। ୟିପି ଦ୍ୱାରା ପରିଚାଳିତ ଉକ୍ତ ପଦକ୍ଷେପ ୧୦୦ରୁ ଅଧିକ ସହରରେ ସ୍କୁଲଗୁଡ଼ିକରେ ତୃଣମୂଳସ୍ତରରେ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ୩୫ ଲକ୍ଷ ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ, ପରିବେଶ ଉପରେ ଏହାର ପ୍ରଭାବ, ଏହାକୁ କମ୍‌ କରିବା ପାଇଁ ରଣନୀତି, ଏହାର ପୁନଃ ବ୍ୟବହାର ଏବଂ ପୁନଃ ଚକ୍ରଣ ବିଷୟରେ ଆଚରଣଗତ ପରିବର୍ତ୍ତନ ଆଣିବା ପାଇଁ ଡିଜାଇନ କରାଯାଇଛି। ଏ ସମ୍ପର୍କରେ ଆଇଟିସି ଫୁଡ୍ସ ଡିଭିଜନର ସ୍ନାକ୍ସ, ନୁଡଲ୍ସ ଏବଂ ପାସ୍ତାର ଚିଫ୍‌ ଅପରେଟିଂ ଅଫିସର କବିତା ଚତୁର୍ବେଦୀ କହିଛନ୍ତି, ପରିବେଶ ପରିଚାଳନା ଏବଂ ମୁଖ୍ୟସ୍ରୋତର ଜୀବିକା ନିର୍ବାହ ପାଇଁ ବହୁବିଧ ସହାୟତା ଯୋଗାଇବାରେ ଆଇଟିସି ବିଶ୍ୱ ସ୍ତରରେ ଉଦାହରଣ ସୃଷ୍ଟିକରିଛି।

Share