Posted inUncategorized

ନିମ୍ନମାନର ହଷ୍ଟେଲ ନିର୍ମାଣ କରି ସରକାରୀ ଅର୍ଥ ତୋସରପାତ

ସୋନପୁର,୨୯ା୮(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଜିଲାରେ ୪ଟି ନିମ୍ନମାନର ଅନୁସୂଚିତ ଜାତି(ଏସ୍‌ସି) ଛାତ୍ରୀନିବାସ ନିର୍ମାଣ କରି ସରକାରୀ ଟଙ୍କା ତୋସରପାତ ହୋଇଥିଲା। ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ଏହାର ତଦନ୍ତ କରୁଥିଲା। ଏହି ଘଟଣାରେ ପ୍ରଥମ ଶ୍ରେଣୀ ଠିକାଦାର ବିଜୟ କୁମାର ଅଗ୍ରଓ୍ବାଲ ଓ ତାଙ୍କ ପାଓ୍ବାର ଅଫ୍‌ ଆଟର୍ନି ହୋଲ୍ଡର ଦୀପକ କୁମାର ଅଗ୍ରଓ୍ବାଲ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ସୋମବାର ଉଭୟଙ୍କୁ ରାଉରକେଲାରୁ ଗିରଫ ପରେ ବଲାଙ୍ଗୀର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବଲାଙ୍ଗୀର ଜେଲ ହାଜତକୁ ପଠାଇ ଦିଆଯାଇଛି।
ଭୁବନେଶ୍ୱର ଆଇଆରସି ଭିଲେଜରେ ଥିବା କେନ୍ଦ୍ର ସରକାରଙ୍କ ପିଏସ୍‌ୟୁ ମେସର୍ସ ହିନ୍ଦୁସ୍ତାନ ଷ୍ଟିଲ ଓ୍ବାର୍କ୍ସ କନ୍‌ଷ୍ଟ୍ରକଶନ ଲିଃ(ଏଚଏସ୍‌ସିଏଲ) ନାମକ ଠିକାସଂସ୍ଥାକୁ ୨୦୧୭-୧୮ରେ କେବିକେ ଜିଲା ପାଇଁ ସ୍ବତନ୍ତ୍ର ରିଭାଇଜ୍‌ଡ ଲଙ୍ଗ ଟର୍ମ ଆକ୍ସନ ପ୍ଲାନ(ଆରଏଲଟିଏପି) ଯୋଜନାରେ ଛାତ୍ରୀନିବାସ ନିର୍ମାଣ ପାଇଁ ରାଜ୍ୟ ସରକାର ଦାୟିତ୍ୱ ଦେଇଥିଲେ। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଏଚଏସସିଏଲ ସହିତ ଚୁକ୍ତିନାମା କରିଥିଲେ। ଏହି କ୍ରମରେ ଏଚଏସସିଏଲଙ୍କ ଦ୍ୱାରା ନିଯୁକ୍ତ ଠିକାଦାର ସୁବର୍ଣ୍ଣପୁର ଜିଲାର ମୁକୁନ୍ଦପୁର, ଅସୁରମୁଣ୍ଡା, ବଡଭଇଁରୋ ଓ କୁଞ୍ଜାପାଲି ଆଶ୍ରମ ସ୍କୁଲରେ ୧୦୦ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ନିର୍ମାଣ ୨୦୧୯-୨୦ ମସିହାରେ ସମ୍ପୂର୍ଣ୍ଣ କରିଥିଲେ। ଗତ ଜୁଲାଇ ୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନ ମୁକୁନ୍ଦପୁର ଆଶ୍ରମ ସ୍କୁଲ ପରିଦର୍ଶନ କରିବା ସମୟରେ ଛାତ୍ରୀନିବାସର ନିମ୍ନମାନର କାମ ତାଙ୍କ ଦୃଷ୍ଟିକୁ ଆସିଥିଲା। ସମ୍ପୃକ୍ତ ଠିକାସଂସ୍ଥା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ୫-ଟି ସଚିବ ସୁବର୍ଣ୍ଣପୁର ଜିଲାପାଳ ବିମଳେନ୍ଦୁ ରାୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଛାତ୍ରୀନିବାସ ନିର୍ମାଣରେ ବ୍ୟାପକ ଅନିୟମିତତା କରି ଟଙ୍କା ହଡପ କରିଥିବା ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁବର୍ଣ୍ଣପୁର ଜିଲାପାଳ ରାୟ ଗତ ଜୁଲାଇ ୫ ତାରିଖ ଦିନ ଜିଲା କାର୍ଯ୍ୟାଳୟ (ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗ) ପତ୍ର ସଂଖ୍ୟା ୧୧୧୧, ତା୫।୭।୨୦୧୩ରିଖରେ ସମ୍ବଲପୁର ଭିଜିଲାନ୍ସ ଏସ୍‌ପିଙ୍କୁ ପତ୍ର ଲେଖିଥିଲେ। ଏ ନେଇ ଭିଜିଲାନ୍ସ ଡିଭିଜନ ପକ୍ଷରୁ ଉକ୍ତ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। କଟକ ଭିଜିଲାନ୍ସ ବିଭାଗର ବୈଷୟିକ ଟିମ୍‌ ଏଚଏସସିଏଲ ସାଇଟ୍‌ ଇଞ୍ଜିନିୟରଙ୍କ ଉପସ୍ଥିତିରେ ସୁବର୍ଣ୍ଣପୁର ଜିଲାର ୪ଟି ଛାତ୍ରୀ ନିବାସ ଅନୁଧ୍ୟାନ କରିଥିଲେ।
କୋଠା କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଓ ଛାତ ସ୍ଲାବ୍‌ ମୋଟେଇ କମ ଥିବା ନଜରକୁ ଆସିଥିଲା। କୋଠାର ବାହାର, ଭିତର କାନ୍ଥ ଓ ଫ୍ଲୋରିଂରେ ଅନେକ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ବିଦ୍ୟୁତ୍‌ କାମ ଓ ସାନିଟାରି କାମରେ ଚୁକ୍ତିନାମା ଅନୁଯାୟୀ ଭଲ କମ୍ପାନୀର ସାମଗ୍ରୀ ବ୍ୟବହାର ହୋଇ ନ ଥିଲା। ଏପରି କି ଠିକାସଂସ୍ଥା ରୟାଲଟି ବାବଦ ଅର୍ଥ ଜମା କରି ନ ଥିଲା। ବୈଷୟିକ ଟିମ୍‌ର ପ୍ରାରମ୍ଭିକ ମୂଲ୍ୟାୟନ ଅନୁଯାୟୀ ଛାତ୍ରୀନିବାସ ନିର୍ମାଣରେ ସରକାରଙ୍କ ପ୍ରାୟ ୩୪ ଲକ୍ଷ ୧୪ ହଜାର ୪୯୫ ଟଙ୍କା ତୋସରପାତ ହୋଇଥିବା ଜଣାପଡିଛି। ଏହି ଦୁର୍ନୀତିରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ଅଧିକାରୀ ଏବଂ ଦାୟିତ୍ୱରେ ଥିବା ବିଭାଗୀୟ ଇଞ୍ଜିନିୟରଙ୍କର ସମ୍ପୃକ୍ତି ଥିବା ଜଣାପଡିଛି। ଭିଜିଲାନ୍ସ ବିଭାଗ ଏ ଦିଗରେ ତଦନ୍ତ ଜାରି ରଖିଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ପୂର୍ବରୁ ମିଶୋରେ ୮.୫ ଲକ୍ଷ ନୂଆ ନିଯୁକ୍ତି

ଭୁବନେଶ୍ୱର,୭।୯ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ପାର୍ବଣ ପୂର୍ବରୁ ମିଶୋ ପ୍ରାୟ ୮.୫ ଲକ୍ଷ ନୂଆ ନିଯୁକ୍ତି (ଋତୁକାଳୀନ ଚାକିରି) ଦେବ...

ହୋଟେଲ ବାଥ୍‌ରୁମ୍‌ରେ ମହିଳାଙ୍କ ଭିଡିଓ କରୁଥିଲେ ଇଞ୍ଜିନିୟର, ପଡ଼ିଗଲେ ଧରା

ଭୁବନେଶ୍ୱର,୫ା୯: ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ହୋଟେଲ ବାଥ୍‌ରୁମ୍‌ରେ ବୁଧବାର ଜଣେ ମହିଳା ଗାଧୋଉଥିବା ବେଳେ ଏହାର ଭିଡିଓ ଶୁଟ୍‌ କରି ଜଣେ...

ପ୍ୟାରିସ୍‌ ପାରାଲିମ୍ପିକ୍ସ: ଫାଇନାଲରେ ନୀତେଶ କୁମାର,ପଦକ ପକ୍କା କଲେ ମନୀଷା-ତୁଳସୀମତି

ପ୍ୟାରିସ୍‌,୧ା୯: ପ୍ୟାରିସ୍‌ରେ ଚାଲିଥିବା ପାରାଲିମ୍ପିକ୍ସ ୨୦୨୪ରେ ଭାରତୀୟ ପାରା ଶଟଲରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ରବିବାର ଏସ୍‌ଏଲ୍‌ ୩ ବର୍ଗର ଫାଇନାଲରେ ପ୍ରବେଶ କରିବା...

ନରାକାସ୍‌ ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ

ଭୁବନେଶ୍ୱର,୩୦।୮ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରତିଷ୍ଠାନ ତଥା ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି (ନରାକାସ୍‌/ବ୍ୟାଙ୍କ) ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ ଗୁରୁବାର ଭାରତୀୟ ଷ୍ଟେଟ...

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଇଡି ନିର୍ଦ୍ଦେଶକ

ଭୁବନେଶ୍ୱର,୨୭।୮(ସତ୍ୟଜିତ୍‌ ରାଉତ):ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶକ ରାହୁଲ ନବୀନ। ଅଗଷ୍ଟ ୨୭ରୁ ୨୯ତାରିଖ ଯାଏ ସେ ଓଡ଼ିଶାରେ...

ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା: ସୁଜାତା ପାଣ୍ଡିଆନଙ୍କ ଭାଇର ପରିଚୟ ଦେଇ…

ମାଲକାନଗିରି,୨୬।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା । ଜିଲା ପରିଷଦ ସଦସ୍ୟା ସସ୍ମିତା ମାଝୀଙ୍କ ସହ ଅନ୍ୟ ୨ ଜଣଙ୍କ...

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର,୨୫।୮: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ରବିବାର ଦକ୍ଷିଣ ବାଂଲାଦେଶ ଏବଂ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏନେଇ ପାଣିପାଗ...

ବିରାଟ ଗଛ ପାଇଲା ନୂଆ ରୂପ

ଭର୍ଜିନିଆର ୧୦୦ ଏକରବିଶିଷ୍ଟ ଆର୍ଟ ଆଣ୍ଡ ନେଚର ପାର୍କରେ ଦେଖିବାକୁ ମିଳେ ଏକ ଅଜବ ଦୃଶ୍ୟ। ପ୍ରକୃତି ଓ କଳା କାରିଗରିର ଅଦ୍ଭୁତ ମିଶ୍ରଣ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri