ନଷ୍ଟ କମାଇବା

ପୃଥିବୀର ଜନସଂଖ୍ୟା ବଢ଼ି ଚାଲିଥିବାରୁ ପ୍ରତ୍ୟେକ ରାଷ୍ଟ୍ର ତା’ର ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ସକାଶେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ କରୁଛନ୍ତି। କୃଷି ଉତ୍ପାଦନ ବଢ଼ାଯିବା ଉପରେ ଗୁରୁତ୍ୱ ଦିଆଯାଉଛି। ହେଲେ ଯେଉଁଭଳି ଭାବେ ଖାଦ୍ୟ ନଷ୍ଟ ହେଉଛି, ତାହା ବିଶ୍ୱ ସମ୍ମୁଖରେ ଏକ ସମସ୍ୟା ହୋଇ ଠିଆହେଲାଣି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି) ଓ ବ୍ରିଟେନସ୍ଥିତ ଅଣଲାଭଦାୟକ ସଂସ୍ଥା ଓ୍ବେଷ୍ଟ ଆଣ୍ଡ୍‌ ରିସୋର୍ସେସ୍‌ ଆକ୍ସନ ପ୍ରୋଗ୍ରାମ୍‌ (ଡବ୍ଲ୍ୟୁଆର୍‌ଏପି) ଦ୍ୱାରା କରାଯାଇଥିବା ଫୁଡ୍‌ ଓ୍ବେଷ୍ଟ ଇଣ୍ଡେକ୍ସ ରିପୋର୍ଟ ୨୦୨୪ ନିକଟରେ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି, ୨୦୨୨ରେ ପ୍ରତି ଘରକୁ ହିସାବକୁ ନିଆଗଲେ ପୃଥିବୀରେ ଦିନକୁ ୧୦୦ କୋଟି ମିଲ୍‌ ନଷ୍ଟ ହେଉଛି। ଏଥିରେ ଆହୁରି ଦର୍ଶାଯାଇଛି, ପ୍ରାୟ ୭୮ କୋଟି ୩୦ ଲକ୍ଷ ଲୋକ କ୍ଷୁଧା ପୀଡ଼ିତ ଥିବା ବେଳେ ମାନବଜାତିର ଏକ ତୃତୀୟାଂଶ ଖାଦ୍ୟ ଅନିଶ୍ଚିତତା ଦେଇ ଗତି କରୁଛନ୍ତି। ଏହି ରିପୋର୍ଟକୁ ତର୍ଜମା କରି କୁହାଯାଇପାରେ ଯେ, ବର୍ତ୍ତମାନ ସମୟର ଆହ୍ବାନ ହେଉଛି ଅଧିକ ଖାଦ୍ୟ ସୃଷ୍ଟି କରିବା ଅପେକ୍ଷା କିଭଳି ଖାଦ୍ୟ ନଷ୍ଟକୁ କମାଇ ଦିଆଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବା ଉଚିତ।
ଉପରଲିଖିତ ଖାଦ୍ୟନଷ୍ଟଜନିତ ତଥ୍ୟ ନିଶ୍ଚିତ ଭାବେ ଚିନ୍ତା ଉଦ୍ରେକକାରୀ। ପୃଥିବୀରେ ଉତ୍ପାଦିତ ଶସ୍ୟ ଲୋକଙ୍କ କ୍ଷୁଧା ମେଣ୍ଟାଇ ପାରୁ ନ ଥିବା ବେଳେ ଦୈନିକ ୧୦୦ କୋଟି ମିଲ୍‌ ନଷ୍ଟ ହେବା ଏକ ଦୁଃଖଦ ବିଷୟ। କେବଳ ଧନୀ ରାଷ୍ଟ୍ର ନୁହେଁ, ଭାରତ ଭଳି ଦେଶରେ ଦୈନିକ ଖାଦ୍ୟ ନଷ୍ଟ ହେଉଥିବା ସମସ୍ତେ ଭଲ ଭାବେ ଅନୁଭବ କରୁଥିବେ। ଖାଦ୍ୟ ପରିଚାଳନାର ଏହା ଏକ ଖରାପ ଦିଗକୁ ଦର୍ଶାଉଛି। ପୁଣି ବିବାହ, ବ୍ରତଠାରୁ ଆରମ୍ଭ କରି ସାମାଜିକ କାର୍ଯ୍ୟକ୍ରମରେ ବଳକା ପଡ଼ୁଥିବା ଖାଦ୍ୟକୁ ବାହାରେ ଫୋପାଡ଼ି ଦିଆଯିବା ପରେ ତାହା ମଧ୍ୟ ପରିବେଶ ପ୍ରଦୂଷଣ କରୁଛି। ସମ୍ଭବତଃ ନଷ୍ଟ ଜିନିଷଗୁଡ଼ିକ ଏକାଠି ହୋଇ ଆମ ଗ୍ରହ ପ୍ରତି ବିପଦ ଆଣୁଥିବାରୁ ଜାତିସଂଘ ୩୦ ମାର୍ଚ୍ଚକୁ ଇଣ୍ଟରନ୍ୟାଶନାଲ ଡେ ଅଫ୍‌ ଜିରୋ ଓ୍ବେଷ୍ଟ ବା ଅନ୍ତର୍ଜାତୀୟ ଶୂନ୍ୟ ନଷ୍ଟ ଦିବସ ପାଳନ କରୁଛି। ଏହି ଦିବସ ପାଳନ ପୂର୍ବରୁ ଫୁଡ୍‌ ଓ୍ବେଷ୍ଟ ଇଣ୍ଡେକ୍ସ ରିପୋର୍ଟ ୨୦୨୪ ପ୍ରକାଶ ପାଇଥିବାରୁ ପୃଥିବୀବ୍ୟାପୀ ଲୋକେ ସଚେତନ ହେବା ଦରକାର। କୌଣସି ଖାଦ୍ୟପଦାର୍ଥ ବା ବସ୍ତୁ ସୃଷ୍ଟି ପାଇଁ ଯେତିକି ଅର୍ଥ ଓ ଶ୍ରମ ବ୍ୟୟ କରାଯାଉଛି, ତାହାର ନଷ୍ଟକୁ ଏଡ଼ାଇବା ପାଇଁ ଯଦି ମଣିଷଜାତିକୁ ଅର୍ଥ ଓ ଶ୍ରମର ବୋଝ ବୋହିବାକୁ ପଡ଼ିବ, ତେବେ ନିରନ୍ତର ବିକାଶ ବାଧା ପାଇବା ସୁନିଶ୍ଚିତ। ଖାଦ୍ୟ ନଷ୍ଟରୁ ଉତ୍ପନ୍ନ ବର୍ଜ୍ୟ ସହିତ ଅନ୍ୟାନ୍ୟ ଦିଗରୁ ସୃଷ୍ଟି ହେଉଥିବା ବର୍ଜ୍ୟର ସମାହାର ଆଗାମୀ ଦିନ ପାଇଁ ବଡ଼ ବିପତ୍ତି ଭାବେ ଉଭା ହେବାକୁ ଯାଉଛି। କାରଣ ବର୍ଜ୍ୟ ପରିଚାଳନା ଦିନକୁ ଦିନ ମଣିଷର ଆୟତ୍ତ ବାହାରକୁ ଚାଲିଯାଉଛି। ଓଡ଼ିଶାର ଖୋଦ୍‌ ରାଜଧାନୀରେ ବର୍ଜ୍ୟ କୁପରିଚାଳନାର ଯନ୍ତ୍ରଣା ଲୋକେ ସବୁ ଦିଗରୁ ଭୋଗି ଚାଲୁଛନ୍ତି। ଏମିତିରେ ଦେଖିଲେ ପର୍ଯ୍ୟାପ୍ତ ପ୍ଲାଷ୍ଟିକ୍‌ ଓ ପଲିଥିଲିନ୍‌ ଯୋଗୁ ପରିବେଶ ରୁନ୍ଧି ହୋଇଗଲାଣି। ଏଗୁଡ଼ିକ ସାଧାରଣରେ ମାଟି ବା ପାଣିରେ ଦ୍ରବୀଭୂତ ହେଉ ନ ଥିବାରୁ ଆଗାମୀ ଦିନରେ ଏସବୁର ଯେଉଁ ପାହାଡ଼ ସୃଷ୍ଟି ହେବାକୁ ଯାଉଛି, ତାହା ମଣିଷର ଜାଗାକୁ ସଙ୍କୁଚିତ କରିଦେବା ଥୟ।
ପୃଥିବୀର ଅନ୍ୟାନ୍ୟ ରାଷ୍ଟ୍ର ସହ ତୁଳନା କରିଦେଖିଲେ ଭାରତର ଜନସଂଖ୍ୟା ସର୍ବାଧିକ ଥିବାରୁ ଏହାର ବର୍ଜ୍ୟ ପରିମାଣ ମଧ୍ୟ ଅଧିକ ରହିବା ସ୍ବାଭାବିକ। ତେଣୁ ଉତ୍ପାଦ ବଢ଼ାଇବା ପାଇଁ ଯେଭଳି ଯୋଜନା ଓ କାର୍ଯ୍ୟକ୍ରମ ଉପରେ ସରକାର ପ୍ରାଧାନ୍ୟ ଦେଉଛନ୍ତି, ସେହିଭଳି ଖାଦ୍ୟ ନଷ୍ଟ କମାଇବା ପାଇଁ ଜାତୀୟ ମିଶନ ଗଢ଼ାଯିବା ଉପରେ ଗୁରୁତ୍ୱ ଦିଆଯିବାର ସମୟ ଆସିଲାଣି। ଏହି କାର୍ଯ୍ୟରେ ସରକାରଙ୍କୁ ସହଯୋଗ କରିବା ଲାଗି ପ୍ରତ୍ୟେକ ନାଗରିକ ଆଗେଇ ଆସିବା ଦରକାର। ଏପରି କି ଖାଦ୍ୟ ନଷ୍ଟ କମାଇବା କିମ୍ବା ବର୍ଜ୍ୟ ପରିଚାଳନା ସଂକ୍ରାନ୍ତରେ ସଚେତନତା ସୃଷ୍ଟି ଦିଗରେ ପ୍ରତି ସ୍ତରରେ ପଦକ୍ଷେପ ନିଆଯିବା ନିତାନ୍ତ ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri