Categories: ଜାତୀୟ

ପାନୀୟ ଜଳ ନଷ୍ଟ କଲେ ଦେବାକୁ ପଡିବ ୨ ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ,୧୯।୭: ବିଶ୍ୱର ଅଧିକାଂଶ ସ୍ଥାନରେ ଏବେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ରାଜଧାନୀ ଦିଲ୍ଲୀରେ ମଧ୍ୟ ଅନୁରୂପ ଅବସ୍ଥା। ତେଣୁ ଏଠାରେ ଲୋକମାନଙ୍କୁ ବାରମ୍ବାର ପାନୀୟ ଜଳ ନଷ୍ଟ ନ କରିବାକୁ କୁହାଯାଉଛି। ଏବେ ଯଦି କେହି ପାନୀୟ ଜଳ ନଷ୍ଟ କରୁଥିବା ଦେଖାଯାଏ ତେବେ ତାଙ୍କୁ ୨ହଜାର ଟଙ୍କା ଜରିମାନା ଦେବାକୁ ପଡିବ ବୋଲି କୁହାଯାଉଛି। ପ୍ରଥମଥରରେ ଦୁଇ ହଜାର ଟଙ୍କା ଦେବାକୁ ପଡିବ। ତେବେ କେହି ଯଦି ଏହାକୁ ବାରମ୍ବାର ନଷ୍ଟ କରିଥାଆନ୍ତି ତେବେ ତାଙ୍କୁ ପ୍ରତିଦିନ ୫ଶହ ଟଙ୍କା ଜରିମାନା ଦେବାକୁ ପଡିପାରେ। ଦିଲ୍ଲୀ ଜଳ ବୋର୍ଡ, ରାଜସ୍ବ ବିଭାଗର ଅଧିକାରୀମାନେ ଆବାସିକ କଲୋନୀରେ ଏହାର ନିରୀକ୍ଷଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଜଳ ବୋର୍ଡର କେନ୍ଦ୍ରୀୟ କଲ ସେଣ୍ଟର ନମ୍ବର ୧୯୧୬ରେ ପାନୀୟ ଜଳ ନଷ୍ଟକୁ ନେଇ ଅଭିଯୋଗ କରାଯାଇପାରିବ।

Share