Categories: ଖେଳ

ମ୍ୟାଚ୍‌ ପୂର୍ବରୁ କୋହଲିଙ୍କୁ ଖାସ୍‌ ମେସେଜ୍‌ ଦେଲେ ଏବି.ଡି. ଭିଲିୟର୍ସ

ନୂଆଦିଲ୍ଲୀ,୨୮।୮: ଏସିଆ କପ୍‌ରେ ଆଜି ଭାରତର ଏବଂ ପାକିସ୍ତାନ ପରସ୍ପରକୁ ଭେଟିଛି। ଏହି ମ୍ୟାଚ୍‌ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ସ୍ବତନ୍ତ୍ର। କାରଣ ଏହା ତାଙ୍କ କ୍ୟାରିୟରର ୧୦୦ତମ ଟି-୨୦ ମ୍ୟାଚ୍‌ ହେବ। ଏହି ମ୍ୟାଚ ପୂର୍ବରୁ ତାଙ୍କର ବିଶେଷ ବନ୍ଧୁ ଏବି ଡି ଭିଲିୟର୍ସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କୋହଲିଙ୍କୁ ଏକ ବିଶେଷ ମେସେଜ୍‌ ଦେଇ ସେ ଲେଖିଛନ୍ତି ଯେ, ଏହି ମେସେଜ୍‌ ଶେୟାର କରି ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ମୁଁ ମୋର ବହୁତ ଭଲ ବନ୍ଧୁ ବିରାଟ କୋହଲିଙ୍କୁ ଖେଳର ତିନୋଟି ଫର୍ମାଟରେ ୧୦୦ଟି ମ୍ୟାଚ ଖେଳିବାରେ ପ୍ରଥମ ଭାରତୀୟ କ୍ରିକେଟର ହୋଇଥିବାରୁ ଅଭିନନ୍ଦନ ଜଣାଉଛି। ବିରାଟ ସବୁ ଫର୍ମାଟରେ ସଫଳତା ପାଇଛନ୍ତି। ଆମେ ସମସ୍ତେ ତୁମ ପାଇଁ ଗର୍ବିତ। ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ କୋହଲି ଏବଂ ଡି. ଭିଲିୟର୍ସ ଡ୍ରେସିଂ ରୁମ ଶେୟାର କରିଛନ୍ତି।
ସୂଚନାଯୋଗ୍ୟ, କୋହଲି ଭାରତର ପ୍ରଥମ ଖେଳାଳି ଭାବେ କ୍ରିକେଟର୍‌ ତିନୋଟି ଫର୍ମାଟରେ ୧୦୦ଟି ମ୍ୟାଚ ଖେଳିବାକୁ ଯାଉଛନ୍ତି। ଏହି ସଫଳତା ହାସଲ କରିବାରେ କୋହଲି ବିଶ୍ୱର ଦ୍ୱିତୀୟ କ୍ରିକେଟର ହେବେ। ନ୍ୟୁଜିଲାଣ୍ଡର ରସ ଟେଲର ହେଉଛନ୍ତି ପ୍ରଥମ ଖେଳାଳି ଯିଏକି ତିନୋଟି ଫର୍ମାଟରେ ୧୦୦ଟି ମ୍ୟାଚ ଖେଳିଛନ୍ତି । କୋହଲିଙ୍କ ପରେ ବାଂଲାଦେଶର ଶାକିବ ଅଲ ହାସନ ମଧ୍ୟ ଏହି ସଫଳତା ହାସଲ କରିବେ।

Share