Categories: ଖେଳ

ଟିଭିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚୁମ୍ବନ ଦେଲେ ଆଫଗାନିସ୍ତାନ ପ୍ରଶଂସକ

ଦୁବାଇ,୨୯।୮: ଏସିଆ କପ୍‌ର ଏକ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି। ଏହି ବିଜୟର ହିରୋ ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ସେ ପ୍ରଥମେ ୩ଟି ଉଇକେଟ୍‌ ନେବା ପରେ ୩୩ ରନ୍‌ର ଏକ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିଲେ।
ଭାରତର ଏହି ବିଜୟ ପରେ ପ୍ରଶଂସକମାନେ ସେଲିବ୍ରେଶନ କରିଥିଲେ। କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଭାରତ ବିଜୟର ସେଲିବ୍ରେଶନ ହୋଇଥିଲା। ଜଣେ ଆଫଗାନିସ୍ତାନ ପ୍ରଶଂସକ ପାକିସ୍ତାନ ବିପକ୍ଷରେ ଭାରତର ବିଜୟକୁ ନେଇ ବେଶ୍‌ ଖୁସି ଥିଲେ। ସେ ମ୍ୟାଚ୍‌ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିଭିରେ ଚୁମ୍ବନ ଦେଇଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ଭିଡିଓଟି ଆଫଗାନିସ୍ତାନର ଅଟେ। ଭିଡିଓରେ, ଭାରତର ବିଜୟ ପରେ ଜଣେ ଆଫଗାନିସ୍ତାନ ପ୍ରଶଂସକ ବସିଥିବା ସ୍ଥାନରୁ ଉଠି ଟିଭି ପରଦାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚୁମ୍ବନ ଦେବା ପରେ ରୁମରୁ ବାହାରକୁ ଯାଉଥିବାର ଦେଖାଯାଇଛି। ସୋସିଆଲ ମିଡିଆରେ ଏହି ଭିଡିଓକୁ ବହୁତ ପସନ୍ଦ କରାଯାଉଛି ।
ଆଫଗାନିସ୍ତାନର ଦଳ ମଧ୍ୟ ଏସିଆ କପ ୨୦୨୨ ଟି-୨୦ ଟୁର୍ନାମେଣ୍ଟରେ ଭାଗ ନେଉଛି। ଶ୍ରୀଲଙ୍କା ଏବଂ ବାଂଲାଦେଶ ସହିତ ଆଫଗାନିସ୍ତାନକୁ ଗ୍ରୁପ ବିରେ ସ୍ଥାନିତ କରାଯାଇଛି।

 

Share