ଏହି ଦିନ ହେବ ‘ବିଗ ବସ ୧୭’ର ପ୍ରିମିୟର

ପ୍ରତିବର୍ଷ ପରି ଏଥର ମଧ୍ୟ ‘ବିଗ ବସ’ର ନୂଆ ସିଜିନ୍‌କୁ ନେଇ ଅନେକ ଆଲୋଚନା ହେଉଛି। ପ୍ରଶଂସକମାନେ ଉତ୍ସାହର ସହିତ ‘ବିଗ ବସ ୧୭’ କୁ ଅପେକ୍ଷା କରିଛନ୍ତି। ପ୍ରଶଂସକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିବା ପାଇଁ କଲର୍ସ ଟିଭି ଶୋ’ର ଏକ ନୂଆ ପ୍ରୋମୋ ରିଲିଜ କରିଛି। ଏହି ପ୍ରୋମୋରେ ଶୋ’ର ହୋଷ୍ଟ ସଲମାନ ଖାନ ଏହାର ପ୍ରିମିୟରର ତାରିଖ ନିଶ୍ଚିତ କରିଛନ୍ତି।
‘ବିଗ ବସ ୧୭’ ଅକ୍ଟୋବର ୧୫ରୁ କଲର୍ସରେ ଷ୍ଟ୍ରିମ ହେବାକୁ ଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଶୋ’କୁ ଆସୁଥିବା କୌଣସି ସଦସ୍ୟଙ୍କ ବିଷୟରେ ସୂଚନା ପ୍ରକାଶ ପାଇନାହିଁ। କିନ୍ତୁ ଖବର ରହିଛି ଯେ ଏହି ସିଜିନ୍‌ରେ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବଂ ବିକି ଜୈନ ଏହି ଶୋରେ ଅଂଶଗ୍ରହଣ କରିବେ। ଏମାନଙ୍କ ବ୍ୟତୀତ ମୁନାୱାର ଫାରୁକ, ଶିଜାନ କାନ, ଅରମାନ ମଲିକ, ଇଶା ମାଲବ୍ୟ ଏବଂ ଶ୍ରୀ ଫୈଜୁଙ୍କ ଆଗମନ ବିଷୟରେ ମଧ୍ୟ ଖବର ରହିଛି। ଏହାପୂର୍ବରୁ ଶୋ’ର ପ୍ରୋମୋ ଭିଡିଓ ସାମ୍ନାକୁ ଆସିଥିଲା। ସେଥିରେ ସଲମାନଙ୍କୁ ଜଣେ ଗୁପ୍ତଚର ଶୈଳୀରେ ଦେଖିବାକୁ ମିଳିଥିଲା।

 

Share