ରିଲିଜ୍‌ ପରେ ଧୁମ୍‌ ମଚାଉଛି ଇମରାନ୍‌ ହାସମୀଙ୍କ ‘ଲୁଟ୍‌ ଗୟେ’: ଦେଖନ୍ତୁ ଭିଡିଓ

ବମ୍ବେ: ଦୀର୍ଘଦିନର ବ୍ୟବଧାନ ପରେ ପରଦାକୁ ଫେରିଛନ୍ତି ଅଭିନେତା ଇମରାନ୍‌ ହାସମୀ। ୟୁଟ୍ୟୁବ୍‌ରେ ତାଙ୍କର ଏକ ନୂଆ ଗୀତ ‘ଲୁଟ୍‌ ଗୟେ’ ବୁଧବାର ରିଲିଜ ହୋଇଛି। କିଛି ଘଣ୍ଟା ମଧ୍ୟରେ ସୋସିଆଲ ମିଡିଆରେ ଧୁମ୍‌ ମଚାଇବାରେ ଲାଗିଛି ଗୀତଟି।
ଗୀତରେ ଇମରାନଙ୍କ ସହ ନଜର ଆସୁଛନ୍ତି ଯୁକ୍ତି ଥରେଜା। ଟି-ସିରିଜ୍‌ର ଏହି ରୋମାଣ୍ଟିକ ଗୀତକୁ ତନିଷ୍କ ବାଗଚୀ କମ୍ପୋଜ୍‌ କରିଛନ୍ତି। ମନୋଜ ମୁନ୍ତସିର ଏହାକୁ ଲେଖିଥିବା ବେଳେ ଲୋକପ୍ରିୟ ଜୁବିନ ନୈାଟିୟାଲ ଏହାକୁ ଗାଇଛନ୍ତି। ଗତ ଶୁକ୍ରବାର ଗୀତ ରିଲିଜ ହେବାକୁ ଯାଉଥିବା ନେଇ କୁହାଯାଇଥିଲା। ଇମ୍‌ରାନ ନିଜର ଇନ୍‌ଷ୍ଟାଗ୍ରାମରେ ଏହା ଜଣାଇଥିଲେ।
ଗୀତରେ ଇମରାନ୍‌ ଗ୍ୟାଙ୍ଗଷ୍ଟର ଭୂମିକାରେ ଅଛନ୍ତି। ଯୁକ୍ତି ତାଙ୍କୁ ପ୍ରେମ କରୁଛନ୍ତି। ହେଲେ ପରିବାର ଲୋକେ ସମ୍ପର୍କକୁ ଗ୍ରହଣ କରୁନାହାନ୍ତି। ଏହାପରେ ନାୟିକାଙ୍କ ଦେହରେ ଗୁଳି ବାଜି ତାଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି।

ଦେଖନ୍ତୁ ଗୀତ:

Share