Categories: ଫୁରସତ

ଯୌତୁକ ନା ବଜାର: ବିବାହରେ ଉପହାର ମିଳିଲା ଏତେ ଜିତିଷ, ରାଗିଗଲେ ଲୋକେ

ବିବାହରେ ଯୌତୁକ ଦେବା ପରମ୍ପରା ଦୀର୍ଘ ଦିନ ଧରି ଚାଲିଆସୁଛି। ଆଜି ବି ଲୋକମାନେ ଏହି ପରମ୍ପରାକୁ ପ୍ରୋତ୍ସାହିତ କରୁଥିବା ଦେଖାଯାଉଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଏକ ବିବାହ ସମାରୋହର, ଯେଉଁଥିରେ କାର ଠାରୁ ରୋଷେଇ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ବାସନକୁ ଉପହାର ଭାବରେ ଦିଆଯାଇଥିଲା।
ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳେ ଯେ, କନ୍ୟାଙ୍କ ପରିବାର ବରକୁ ଉପହାର ସ୍ବରୂପ ଅନେକ ଜିନିଷ ଦେଇଛନ୍ତି। ଏଥିରେ ଏକ ଏସୟୁଭି କାର୍‌, ପ୍ଲେଟ, ଫ୍ରାଇ ପ୍ୟାନ, ରେଫ୍ରିଜରେଟର, ଭୋଲ୍ଟାସ ଏୟାର କଣ୍ଡିସନର, ୱାଶିଂ ମେସିନ, କପ ବୋର୍ଡ, ବେଡ ଏବଂ ସୋଫା ସାମିଲ ଅଛି। ଏହି ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ଏ ବିଷୟରେ ଏକ ବଡ଼ ବିତର୍କ ଚାଲିଛି। ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ @virahkrsah ନାମକ ଜଣେ ଉପଭୋକ୍ତା ଦ୍ୱାରା ଶେୟାର କରାଯାଇଛି। ଭିଡିଓ ସହିତ ସେ କ୍ୟାପସନ ଲେଖିଛନ୍ତି ଯେ, ଏହା ଏକ ଲଟେରୀ ପୁରସ୍କାର ସେଟଅପ ପରି ଦେଖାଯାଉଛି। କାହିଁକି କେହି ଯୌତୁକ ପାଇଁ ଏତେ ଜିନିଷ ଦେଉଛନ୍ତି? ଅନେକ ଲୋକ ଏହି ଭିଡିଓ ଉପରେ ସେମାନଙ୍କର ମତାମତ ମଧ୍ୟ ଦେଇଛନ୍ତି।

Share