Categories: ଜାତୀୟ

‘ଭାରତୀୟ ସେନାକୁ ଧନ୍ୟବାଦ’ କହି କିସ୍‌ କଲେ

କୋଚି,୯।୨: କେରଳର ପାଲାକ୍କାଡ ପାହାଡରେ ସୋମବାରଠାରୁ ଫଶି ରହିଥିବା ଜଣେ ଯୁବ ଟ୍ରେକରଙ୍କୁ ସେନାର ମାରାଥନ ଉଦ୍ୟମ ପରେ ବୁଧବାର ସକାଳେ ଉଦ୍ଧାର କରାଯାଇଛି।

“ଭାରତୀୟ ସେନାକୁ ଅନେକ ଅନେକ ଧନ୍ୟବାଦ୍‌” ପାହାଡରୁ ସୁରକ୍ଷିତ ଭାବେ ଉଦ୍ଧାର ପାଇବା ପରେ ଆର. ବାବୁ କହିଛନ୍ତି। ଗ୍ରୁପ୍‌ ଫଟୋ ପାଇଁ ଯବାନଙ୍କ ମଝିରେ ବସିଥିବା ଆର. ବାବୁ ସେନା ଅଧିକାରୀଙ୍କୁ ଧନ୍ୟବାଦ୍‌ ଜଣାଇବା ଲାଗି କିସ୍‌ କରିଥିଲେ।

ଉକ୍ତ ଯୁବକ ସୋମବାର ଦୁଇ ସାଙ୍ଗଙ୍କ ସହ ମାଲାମପୁଝାସ୍ଥିତ ଚେରାଡ୍‌ ପାହାଡରେ ଚଢ଼ିବା ଆରମ୍ଭ କରିଥିଲେ। ଦୁଇ ବନ୍ଧୁ ବିଫଳ ହୋଇ ଫେରିଯିବା ସତ୍ତ୍ୱେ ପାହାଡ଼ ଶିଖରକୁ ଚଢ଼ି ଯାଇଥିଲେ ଆର. ବାବୁ। କିନ୍ତୁ ସେଠାରୁ ଖସି ପଡ଼ିବାରୁ ସେ ଦୁଇ ପାହାଡ଼ ମଧ୍ୟରେ ଫଶି ଯାଇଥିଲେ।

“ବାଙ୍ଗାଲୋର ପାରାଚ୍ୟୁଟ ରେଜିମେଣ୍ଟାଲ ସେଣ୍ଟରରେ ଦଳଗୁଡ଼ିକ ଏକତ୍ରିତ ହୋଇଥିଲେ। ଉଦ୍ଧାରକାରୀ ଦଳରେ ହାଇ ଆଲ୍‌ଟିଟ୍ୟୁଡ୍‌ ଓ୍ବାରଫେୟାର ଟିମ୍‌ ଓ ଏଭରେଷ୍ଟ ଶିଖର ଛୁଇଁଥିବା ଦୁଇ ଜଣ ପର୍ବତାରୋହୀ ଥିଲେ। ଉଚ୍ଚ କ୍ଷମତା ସମ୍ପନ୍ନ ମାଦ୍ରା ରେଜିମେଣ୍ଟାଲ ଟିମ୍‌ ୨୫୦ ଫୁଟ୍‌ର ବ୍ୟବଧାନକୁ ଅତିକ୍ରମ କରି ବାବୁଙ୍କ ପାଖରେ ପହଞ୍ଚିଥିଲା। ତାଙ୍କୁ ପାହାଡ଼ରୁ ତଳକୁ ନେବା ପରିବର୍ତ୍ତେ ଉପରକୁ ଉଠାଇ ଅଣାଯାଇଥିଲା ” ବୋଲି ଲ୍ୟୁଟନାଣ୍ଟ ଜେନେରାଲ ଏ ଅରୁନ କହିଛନ୍ତି।

Share