Categories: ଜାତୀୟ

ଭାଜପା ସରକାରଙ୍କୁ ଟାର୍ଗେଟ କଲେ କେଜ୍‌ରିଓ୍ବାଲ: ଫଟୋ ଉଠାଇବା ପାଇଁ ହେଉଛି ମରାମତି

ନୂଆଦିଲ୍ଲୀ,୧।୧୧: ମୋର୍‌ବି ସ୍ଥିତ ମାଛୁ ନଦୀରେ ରବିବାର ଝୁଲାପୋଲ ଭାଙ୍ଗିବା ଦୁର୍ଘଟଣାକୁ ନେଇ ଗୁଜରାଟର ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି ଆମ୍‌ ଆଦମୀ ପାର୍ଟି (ଏଏପି) ନେତା ଅରବିନ୍ଦ କେଜ୍‌ରିୱାଲ। ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ଇସ୍ତଫା ଦାବି କରିଛନ୍ତି। ଏପରିକି ରାଜ୍ୟରେ ତୁରନ୍ତ ବିଧାନସଭା ନିର୍ବାଚନ କରିବାକୁ କହିଛନ୍ତି। ଝୁଲାପୋଲ ଦୁର୍ଘଟଣା ଗୁଜରାଟରେ ଦୁର୍ନୀତିର ଫଳାଫଳ ବୋଲି କେଜରିଓ୍ବାଲ ଅଭିଯୋଗ କରିଛନ୍ତି। ଏହାର ଯାଞ୍ଚ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଦୁର୍ଘଟଣାରେ ବଞ୍ଚିଥିବା ଲୋକଙ୍କୁ ଭେଟିବା ପାଇଁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୋର୍‌ବି ଗସ୍ତ ପୂର୍ବରୁ କିଛି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ମୋର୍‌ବି ସିଭିଲ ହସ୍ପିଟାଲରେ ରାତାରାତି ମରାମତି ସଫେଇ କାର୍ଯ୍ୟକୁ କରାଯାଇଛି। ଏହାର ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏହାକୁ ନେଇ ଏଏପି ସମାଲୋଚନା କରିଛି। ଏଏପି ଭାଜପାକୁ ଟାର୍ଗେଟ କରି କହିଛି ଯେ, ଫଟୋ ଉଠାଇବା ପାଇଁ ଏସବୁ କରାଯାଉଛି।

Share