Categories: ଜାତୀୟ

ସ୍କୁଲର ପ୍ରଧାନଶିକ୍ଷକ ହେବା ପାଇଁ ଦଙ୍ଗଲ

ପାଟନା,୧୫।୧୦: ସ୍କୁଲର ପ୍ରଧାନଶିକ୍ଷକ ପଦବୀ ପାଇଁ ହାତାହାତି ହୋଇଛନ୍ତି ଦୁଇ ଶିକ୍ଷକ। ତାହା ପୁଣି ରାଜ୍ୟର ଶିକ୍ଷା ବିଭାଗ କାର୍ଯ୍ୟାଳୟରେ। ବିହାରର ମୋତିହାରି ଅଞ୍ଚଳରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭାଇରାଲ ହୋଇଥିବା ଭିଡିଓରେ ଦୁଇ ଜଣ ଶିକ୍ଷକ ଶିକ୍ଷା ବିଭାଗ କାର୍ଯ୍ୟାଳୟରେ ପରସ୍ପରକୁ ମୁଥା, ଗୋଇଠା ମାରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହେଲେ ଶିକ୍ଷକ। ତାଙ୍କ ନାମ ଶିବଶଙ୍କର ଗିରି। ତାଙ୍କୁ ତଳେ ପକାଇ ମାଡ଼ ମାରିଥିଲେ ପ୍ରତିଦ୍ୱନ୍ଦ୍ୱୀ ରିଙ୍କି କୁମାରୀଙ୍କ ସ୍ବାମୀ।

ଶିକ୍ଷା ବିଭାଗ କାର୍ଯ୍ୟାଳୟର ଷ୍ଟାଫଙ୍କ କହିବା ଅନୁଯାୟୀ, ଅଦାପୁରରେ ଥିବା ଏକ ପ୍ରାଇମେରି ସ୍କୁଲରେ ଶିବଶଙ୍କର ଗିରି ଓ ରିଙ୍କି କୁମାରୀ ଶିକ୍ଷକତା କରନ୍ତି। ଗତ ୩ ମାସ ହେଲା ସେମାନେ ନିଜକୁ ପରସ୍ପରଠାରୁ ସିନିୟର ଓ ଯଥେଷ୍ଟ ଯୋଗ୍ୟ ଦର୍ଶାଇବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି ଆସୁଥିଲେ। ଏ ନେଇ ସେମାନଙ୍କ ମଧ୍ୟରେ ବହୁବାର ଯୁକ୍ତିତର୍କ ହୋଇଥିଲା।

ଏଭଳି ପରିସ୍ଥିତିରେ ଜିଲା ଶିକ୍ଷା ବିଭାଗ ଉଭୟଙ୍କୁ ୩ ଦିନ ମଧ୍ୟରେ ସେମାନଙ୍କ ଶିକ୍ଷାଗତ ଡକ୍ୟୁମେଣ୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେମାନଙ୍କ ମଧ୍ୟରୁ କିଏ ପ୍ରଥମେ ଡକ୍ୟୁମେଣ୍ଟ ଦାଖଲ କରିବ, ସେ ନେଇ ଝଗଡ଼ା ହୋଇଥିଲା। ପ୍ରଥମେ ସେମାନେ ପରସ୍ପରକୁ ଗାଳି ଦେଇଥିଲେ। ଏହାପରେ ଶିବଶଙ୍କରଙ୍କୁ ରିଙ୍କି କୁମାରୀଙ୍କ ସ୍ବାମୀ ଗଡ଼େଇ ତଡ଼େଇ ମାରିଥିଲେ।

Share