Categories: ଜାତୀୟ

ବାଇକ୍‌ରେ ବୁଲିି ନିର୍ବାଚନ ପ୍ରଚାର କଲେ ରାହୁଲ

ପାଣାଜୀ,୩୦।୧୦: ନିର୍ବାଚନ ପ୍ରଚାର କରିବାକୁ ବାଇକ୍‌ରେ ହେଲମେଟ୍‌ ପିନ୍ଧି ବୁଲିଲେ ରାହୁଲ ଗାନ୍ଧୀ। ଆସନ୍ତାବର୍ଷ ଗୋଆରେ ବିଧାନସଭା ନିର୍ବାଚନ ଥିବାରୁ ଦିନିକିଆ ଗସ୍ତରେ ଯାଇଛନ୍ତି ରାହୁଲ। ଶନିବାର ପ୍ରଚାର ସମୟରେ ସେ ଜଣେ ବ୍ୟକ୍ତିଙ୍କ ବାଇକ୍‌ ପଛରେ ବସିଥିବା ଦେଖିବାକୁ ମିଳିଛି। ଏ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ସହ , ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି। କଂଗ୍ରେସ ପକ୍ଷରୁ ମଧ୍ୟ ଏହି ଭିଡିଓ ଶେୟାର କରାଯାଇଛି।
ସୂଚନାନୁସାରେ, ରାହୁଲ ଗାନ୍ଧୀ ଗୋଆର ଆଜାଦ ମୈଦାନଠାରେ ଶନିବାର ପହଞ୍ଚିଥିଲେ। ସେଠାରେ ମତ୍ସ୍ୟଜୀବିଙ୍କ ସହ ଆଲୋଚନା କରିଛନ୍ତି। ଏହି ପ୍ରଚାର ମାଧ୍ୟମରେ ଲୋକମାନଙ୍କ ପ୍ରତି ଧ୍ୟାନ ଦେବା ସହ ଜନତାଙ୍କ ଦୃଷ୍ଟିକୋଣକୁ ପ୍ରାଧାନ୍ୟ ଦେଇଛନ୍ତି।

Share