Categories: ଖେଳ

ବିଜୟ ପରେ ଏମିତି ସେଲିବ୍ରେଶନ କଲେ ରୋହିତ, କୋହଲି, ଭାଇରାଲ ହେଉଛି ଭିଡିଓ

ହାଇଦ୍ରାବାଦ,୨୬।୯: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଜିତିଛି। ନିର୍ଣ୍ଣାୟକ ମ୍ୟାଚରେ ଭାରତ କଙ୍ଗାରୁ ଦଳକୁ ୬ ଉଇକେଟରେ ପରାସ୍ତ କରି ସିରିଜକୁ ୨-୧ରେ କବ୍‌ଜା କରିଥିଲା। ମ୍ୟାଚ୍‌ରେ ପ୍ରଥମ ଖେଳି ଅଷ୍ଟ୍ରେଲିଆ ୭ ଉଇକେଟ ହରାଇ ୧୮୬ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ୧୯.୫ ଓଭରରେ ୪ ଉଇକେଟ ନେଇ ଲକ୍ଷ୍ୟ ହାସଲ କରିଛି। ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଅର୍ଦ୍ଧଶତକ ହାସଲ କରିଥିଲେ। ବାମହାତୀ ସ୍ପିନର ଅକ୍ଷର ପଟେଲ ପୁଣି ଥରେ ଚମତ୍କାର ପ୍ରଦର୍ଶନ କରି ୩ ଉଇକେଟ ନେଇଥିଲେ।
ଏହି ମ୍ୟାଚରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ ଭଲ ବନ୍ଧନ ଦେଖିବାକୁ ମିଳିଥିଲା। ବିରାଟ କୋହଲି ଅର୍ଦ୍ଧଶତକ ଡ୍ରେସିଂ ରୁମ୍‌କୁ ଫେରିବାବେଳେ ରୋହିତ ଶର୍ମା କେବଳ କରତାଳି ଦେଇ ନ ଥିଲେ, ସେ ତାଙ୍କ ପିଠିରେ ଥାପୁଡାଇ ଦେଇଥିଲେ। ୨୦ତମ ଓଭରର ପଞ୍ଚମ ବଲରେ ହାର୍ଦ୍ଦିକ ପାଣ୍ଡ୍ୟା ଚୌକା ସହ ଭାରତୀୟ ଦଳକୁ ବିଜୟ ଦେବା ମାତ୍ରେ ରୋହିତ ଏବଂ କୋହଲି ପରସ୍ପରକୁ ଆଲିଙ୍ଗନ କରି ବିଜୟ ଉତ୍ସବ ପାଳନ କରିଥିଲେ। ଏହାର ଭିଡିଓ ଭାଇରାଲ ହେବା ମାତ୍ରେ ପ୍ରଶଂସକ ଉଭୟଙ୍କ ମଧ୍ୟରେ ଥିବା ସୁସମ୍ପର୍କକୁ ପସନ୍ଦ କରିଛନ୍ତି।

Share