Categories: ଜାତୀୟ

ମନ୍ତ୍ରୀଙ୍କୁ ସ୍କୁଟିରେ ବସାଇ କାର୍ଯ୍ୟାଳୟରେ ଛାଡିଲେ ସ୍ମୃତି ଇରାନୀ: ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ,୩।୮: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ବୁଧବାର ତାଙ୍କ ସହକର୍ମୀ ତଥା ମନ୍ତ୍ରୀ ଭାରତୀ ପାୱାରଙ୍କୁ ସ୍କୁଟିରେ ବସାଇ ତାଙ୍କ କାର୍ଯ୍ୟାଳୟରେ ଛାଡିଛନ୍ତି। ସେ ଏହାର ଭିଡିଓକୁ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରିଛନ୍ତି। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଲେଖିଛନ୍ତି, ତିରଙ୍ଗା ଯାତ୍ରା ସହିତ ଦିନ ଆରମ୍ଭ। ଭାରତୀ ପାୱାର ତାଇଙ୍କୁ ଅଫିସରେ ଛାଡିଛି।
ଏହି ଭିଡିଓରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ହେଲମେଟ ଏବଂ ଚଷମା ପିନ୍ଧି ସ୍କୁଟି ଚଲାଉଥିବାବେଳେ ମନ୍ତ୍ରୀ ଭାରତୀ ପାୱାର ହାତରେ ଜାତୀୟ ପତାକା ଧରି ପଛରେ ବସିଥିଲେ।
ସୂଚନାଯୋଗ୍ୟ, ‘ଆଜାଦି କା ଅମୃତ ମହୋତ୍ସବ’ ଅଧୀନରେ ଅଗଷ୍ଟ ୧୩ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସମସ୍ତ ରାଜ୍ୟର ପ୍ରତ୍ୟେକ ଘରେ ‘ତ୍ରିରଙ୍ଗା’ ଉତ୍ତୋଳନ କରାଯିବ। କିନ୍ତୁ ଏହାପୂର୍ବରୁ ବୁଧବାର ସମସ୍ତ ଏମ୍‌ପି ଏକ ‘ତ୍ରିରଙ୍ଗା’ ବାଇକ ରାଲି କରିଥିଲେ।

Share