Categories: ଜାତୀୟ

ଟ୍ରାକ୍ଟର ଯୋଗେ ବିମାନବନ୍ଦରରେ ପହଞ୍ଚିଲେ ଯାତ୍ରୀ

ବେଙ୍ଗାଲୁରୁ,୧୨।୧୦: ବେଙ୍ଗାଲୁରୁ ବିମାନବନ୍ଦରରୁ ଫ୍ଲାଇଟ୍‌ ଧରିବା ପାଇଁ କିଛି ଯାତ୍ରୀଙ୍କୁ ଟ୍ରାକ୍ଟର ସାହାରା ନେବାକୁ ପଡ଼ିଥିଲା। ସୋମବାର ରାତିରେ ପ୍ରବଳ ବର୍ଷା କାରଣରୁ ରାସ୍ତାରେ ପାଣି ଜମି ରହିବାରୁ କାର ଓ ମୋଟର ସାଇକେଲ ଚଳାଚଳ ସମ୍ଭବ ହୋଇ ନ ଥିଲା। ଏଥିଯୋଗୁ ବାଧ୍ୟହୋଇ ଯାତ୍ରୀଙ୍କୁ ନେବାକୁ ପଡ଼ିଥିଲା ଟ୍ରାକ୍ଟରର ସାହାର। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।

ଭିଡିଓରେ ବାଙ୍ଗାଲୋର ଅନ୍ତର୍ଜାତୀୟ ବିମାନବନ୍ଦର (କେଆଇଏଏଲ) ବାହାରେ କିଛି ଯାତ୍ରୀ ହାତରେ ଲଗେଜ ଧରି ଟାକ୍ଟରରୁ ଓହ୍ଲାଉଥିବା ଦେଖିବାକୁ ମିଳୁଛି। ୨୦୦୮ରେ ବିମାନବନ୍ଦର କାର୍ଯ୍ୟକ୍ଷମ ହେବା ପରଠାରୁ ଏଭଳି ପରିସ୍ଥିତି ଆମେ ଦେଖି ନାହୁଁ। ବିମାନବନ୍ଦର ଚାରି ପଟେ ପାଣି ଜମି ରହିଛି। ଏପରି କି ପିକ୍‌ ଅପ୍‌ ଓ ଡ୍ରପ୍‌ ପଏଣ୍ଟ ବୁଡ଼ିଯାଇଛି ବୋଲି ବାଙ୍ଗାଲୋର ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍‌ ସିଇଓ ଜୟରାଜ ଶାନମୁଗାମ କହିଛନ୍ତି।

Share