Categories: ଫୁରସତ

ଅଣ୍ଡାରୁ ବାହାରୁ ବାହାରୁ ରଙ୍ଗ ବଦଳାଉଛି ଏଣ୍ଡୁଅ ଛୁଆ: ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୁଏ । ଏଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉ ଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ବତ୍ତର୍ମାନ ଭିଡିଓରେ ଏକ ଛୋଟ ଏଣ୍ଡୁଅକୁ ଦେଖିବାକୁ ମିଳୁଛି। ଏଣ୍ଡୁଅ ଛୁଆଟି ଅଣ୍ଡାରୁ ବାହାରୁ ଥିବାବେଳେ କିପରି ରଙ୍ଗ ବଦଳାଉଛି ତାହା ଭାଇରାଲ ହେଉଛି।
ରଙ୍ଗ ବଦଳାଇବାରେ ଏଣ୍ଡୁଅ ଗୁରୁ। ତାହାର ଏହି ଗୁଣ ପାଇଁ ସେ ଶିକାର କରିବା ସହ ଶିକାରୀଙ୍କୁ ଚମକାଇବାରେ ବେଶ୍‌ ପାରଙ୍ଗମ। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ଅନେକ ପସନ୍ଦ କରିଥିବା ବେଳେ ଅନେକ ପ୍ରତିକ୍ରିୟା ରଖିଛନ୍ତି।

Share