ଗରିବ ଛୁଆଙ୍କ ପାଇଁ ସାଣ୍ଟା ପାଲଟିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଜରିନ ଖାନ୍‌ ଚଳିତବର୍ଷ ଖ୍ରୀଷ୍ଟମାସରେ ପୁଣି ଥରେ ନିଜ ଉଦାରତାର ପରିଚୟ ଦେଇଛନ୍ତି। ସାଣ୍ଟା ପୋଷାକ ପରିଧାନ କରି ଜରିନ ଗରିବ ଛୁଆଙ୍କ ମଧ୍ୟରେ ବାଣ୍ଟିଛନ୍ତି ଉପହାର। ତାଙ୍କର ଏହି ଉଦାରତାପୂର୍ଣ୍ଣ କାର୍ଯ୍ୟ ଯୋଗୁ ତାଙ୍କୁ ବିଭିନ୍ନ ସୋସିଆଲ ମିଡିଆରେ ଖୁବ୍‌ ପ୍ରଶଂସା କରାଯାଉଛି। ତାଙ୍କ ପାଇଁ ଗରିବ ଛୁଆଙ୍କ ମୁହଁରେ ହସର କିଛି ମୂଲ୍ୟ ନାହିଁ। ଏ ନେଇ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ଏକ ଭିଡିଓ ଶେୟାର କରିଛନ୍ତି।

ଭିଡିଓରେ ସେ କହିଛନ୍ତି, ଚଳିତ ବର୍ଷ ଖ୍ରୀଷ୍ଟମାସ ଭିନ୍ନ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ପ୍ରତ୍ୟେକ ବର୍ଷ ମୁଁ ଖ୍ରୀଷ୍ଟମାସ ପାଳନ କରିବା ପାଇଁ ପାର୍ଟିକୁ ଯାଇ ବେଶ୍‌ ମଜା କରେ। ହେଲେ ଚଳିତ ବର୍ଷ ଖୁସି ବାଣ୍ଟିବାକୁ ଚେଷ୍ଟା କରିଛି ଓ ମୁଁ କେଉଁଭଳି କରିଛି ଜାଣିବା ପାଇଁ ଦେଖନ୍ତୁ ଭିଡିଓ …

Share