ନୂଆଦିଲ୍ଲୀ,୨୧।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେଶନରେ ପହଞ୍ଚି ସେଠାରେ କୁଲିମାନଙ୍କୁ ଭେଟିଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀ ମଧ୍ୟ କୁଲି ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି। ନାଲି ସାର୍ଟ, ମୁଣ୍ଡରେ ଠେକା ଓ ବାହୁରେ କଳା ବ୍ୟାଚ୍ ପିନ୍ଧି ଗୋଟିଏ ଶୁଟକେସକୁ ମୁଣ୍ଡରେ କିଛି ବାଟ ଚାଲିଛନ୍ତି ରାହୁଲ ଗାନ୍ଧୀ।
ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ କୁଲି ଏବଂ ଅଟୋ ଡ୍ରାଇଭର ବହୁତ ଖୁସି ମନେ ହେଉଥିଲେ। ଏହି ସମୟରେ ସେମାନେ କହିଛନ୍ତି, ରାହୁଲ ଗାନ୍ଧୀ ତାଙ୍କୁ ଭେଟିବାକୁ ଆସିଥିବାରୁ ସେମାନେ ବହୁତ ଖୁସି ଅଛନ୍ତି। ରାହୁଲ ଗାନ୍ଧୀ ତାଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେ ସେମାନଙ୍କର ସମସ୍ତ ସମସ୍ୟା ସରକାରଙ୍କ ଆଗରେ ରଖିବେ ଏବଂ ସମସ୍ୟାର ସମାଧାନ କରାଯିବ।
<blockquote class=”twitter-tweet”><p lang=”en” dir=”ltr”>VIDEO | Congress leader Rahul Gandhi meets railway porters at Anand Vihar Railway Station in Delhi, wears porter dress and badge. <a href=”https://t.co/wYqOGOmB2v”>pic.twitter.com/wYqOGOmB2v</a></p>— Press Trust of India (@PTI_News) <a href=”https://twitter.com/PTI_News/status/1704721057637179851?ref_src=twsrc%5Etfw”>September 21, 2023</a></blockquote> <script async src=”https://platform.twitter.com/widgets.js” charset=”utf-8″></script>