Categories: ଖେଳ

ସମସ୍ତଙ୍କ ହୃଦୟ ଜିତିଲେ ରୋହିତ ଶର୍ମା

ରାୟପୁର,୨୨।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରର ବିଜୟୀ ହୋଇଛି। ଏହି ବିଜୟ ସହ ସିରିଜ କବଜା କରିଥିଲା। ଅଧିନାୟକ ରୋହିତ ଶର୍ମା ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏହି ମ୍ୟାଚ ସମୟରେ ଏକ ନିଆରା ମୁହୂର୍ତ୍ତ ଦେଖିବାକୁ ମିଳିଥିଲା।
ରୋହିତ ବ୍ୟାଟିଂ କରୁଥିବାବେଳେ ଜଣେ କୁନି ପ୍ରଶଂସକ ପଡିଆରେ ପ୍ରବେଶ କରିଥିଲେ। ସେ ସିଧା ସଳଖ ରୋହିତ ଶର୍ମାଙ୍କୁ ଆଲିଙ୍ଗନ କଲେ। ଦଶମ ଓଭରରେ ରୋହିତ ଶର୍ମା ଚମତ୍କାର ଛକା ମାରିଥିଲେ। ବଲ ଦର୍ଶକଙ୍କ ଗ୍ୟାଲେରୀରେ ପଡିଗଲା। ଏହି ସମୟରେ ପ୍ରଶଂସକ ପଡିଆରେ ପ୍ରବେଶ କରିଥିଲେ। ସେ ରୋହିତଙ୍କ ନିକଟକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କଲେ। ସୁରକ୍ଷା କର୍ମୀମାନେ ତାଙ୍କୁ ଟାଣିବା ଆରମ୍ଭ କରିଥିଲେ, ହିଟମ୍ୟାନ ତାଙ୍କୁ ଅଟକାଇଥିଲେ।
ରୋହିତ ଶର୍ମା ପ୍ରଶଂସକଙ୍କ ଉଦାରତା ପ୍ରଦର୍ଶନ କରିଥିଲେ। ରୋହିତଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରୁଛନ୍ତି। ରୋହିତ ୫୧ ବଲରେ ୫୦ ରନ ସଂଗ୍ରହ କରି ଟିମ ଇଣ୍ଡିଆକୁ ବିଜୟର ନିକଟତର କରିଥିଲେ।

Share