ନୂଆଦିଲ୍ଲୀ,୧।୫ : ଯେମିତି ବି ହେଲେ ଶନିବାର ସୁଦ୍ଧା ଦିଲ୍ଲୀର ସମସ୍ତ ହସ୍ପିଟାଲକୁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଯୋଗାଅ। ଏକ ଯାଚିକାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।
“ ମୁଣ୍ଡ ଉପରକୁ ଚାଲିଗଲାଣି ପାଣି। ଯେମିତି ହେଲେ ଶନିବାର ଦିଲ୍ଲୀକୁ ୪୯୦ ଟନ ଅକ୍ସିଜେନ ଯୋଗାଅ। ଏ ନେଇ ଆମେ କେନ୍ଦ୍ରକୁ ନିର୍ଦ୍ଦେଶ ଦେଉଛୁ। ଟ୍ୟାଙ୍କର୍ସ ଯୋଗାଡ଼ କରିବା କେନ୍ଦ୍ରର ଦାୟିତ୍ୱ। ଅପ୍ରିଲ ୨୦ ତାରିଖରେ କେତେ ପରିମାଣରେ କାହାକୁ ଅକ୍ସିଜେନ, ତାହା ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ଥରେ ହେଲେ ଧାର୍ଯ୍ୟ ପରିମାଣର ଅକ୍ସିଜେନ ପାଇନାହିଁ ଦିଲ୍ଲୀ। ଏବେ ସବୁ ବ୍ୟବସ୍ଥା ତୁମକୁ କରିବାକୁ ପଡ଼ିବ। ୮ ଜୀବନ ଚାଲିଗଲା। ଆମେ ଆଖି ବନ୍ଦ କରି ବସିପାରିବା ନାହିଁ ବୋଲି କୋର୍ଟ କହିଛନ୍ତି। ୮୦ ମିନିଟ୍ ପାଇଁ ଅକ୍ସିଜେନ ଯୋଗାଣ ବନ୍ଦ ହେବାରୁ ଦିଲ୍ଲୀର ବାତ୍ରା ହସ୍ପିଟାଲ୍ସରେ ଜଣେ ଡାକ୍ତରଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି।