ଯାଜପୁର ଅଫିସ,୨୫ା୧: କେନ୍ଦୁଝର, ଯାଜପୁର ଓ ଭଦ୍ରକ ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀଜଳ ଉପରେ ପୁଣି ଏକ ଶିଳ୍ପ କମ୍ପାନୀ ନିର୍ଭରଶୀଳ ହେବ। ଇଡ୍କୋର ଧାମନଗର ଟେକ୍ସଟାଇଲ ଏବଂ ଫୁଡ୍ସ ପାର୍କ ବୈତରଣୀ ନଦୀ ଆଖୁଆପଦା ବ୍ୟାରେଜ ଡାଉନଷ୍ଟ୍ରିମରୁ ଇନ୍ଟେକ ୱାଲ ଖୋଳି ୩ଟି ପର୍ଯ୍ୟାୟରେ ୪.୫ କ୍ୟୁସେକ୍ ଜଳ ଉତ୍ତୋଳନ କରିବ ା ଏଥିପାଇଁ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଏସ୍.କେ. ପଣ୍ଡା ୧୦ା୧ା୨୦୨୩ରେ ଇଡ୍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କୁ ଚୂଡ଼ାନ୍ତ ମଞ୍ଜୁରୀ ସମ୍ପର୍କରେ ପତ୍ର ଲେଖିଛନ୍ତି। ଉକ୍ତ ପତ୍ରରେ ପ୍ରଥମ ପର୍ଯ୍ୟାୟରେ ୧ା୨ା୨୦୨୪ରୁ ୩୧ା୭ା୨୦୨୪ ପର୍ଯ୍ୟନ୍ତ ୧.୮୨ କ୍ୟୁସେକ୍, ଦ୍ୱିତୀୟ ପର୍ଯ୍ୟାୟରେ ୧ା୮ା୨୦୨୪ରୁ ୩୧ା୭ା୨୦୨୫ ପର୍ଯ୍ୟନ୍ତ ୩.୭ କ୍ୟୁସେକ୍ ଏବଂ ତୃତୀୟ ପର୍ଯ୍ୟାୟରେ ୧ା୮ା୨୦୨୫ରୁ ୩୧ା୭ା୨୦୩୦ ପର୍ଯ୍ୟନ୍ତ ୪.୫ କ୍ୟୁସେକ୍ ଜଳ ଉତ୍ତୋଳନ ପାଇଁ ଅନୁମତି ମିଳିଛି। ପୂର୍ବରୁ ବିଆରପିଏଲ୍ ସ୍ଲରି ପାଇପ୍ ଲାଇନ ଯୋଗେ ବୈତରଣୀ ନଦୀଜଳ ସହାୟତାରେ ଲୁହାପଥର ପରିବହନ କରୁଛି। ଏହାବାଦ୍ ଜେଏସ୍ଡବ୍ଲ୍ୟୁର ସ୍ଲରି ପାଇପ୍ ଲାଇନ ଯାଜପୁର ଜିଲାକୁ ପ୍ରବେଶ କରୁଛି ା ଏଥିରେ ମଧ୍ୟ ବୈତରଣୀ ନଦୀଜଳ ବ୍ୟବହାର କରିବାକୁ ପ୍ରସ୍ତାବ ରହିଛି ା ଏପରିସ୍ଥଳେ ବୈତରଣୀ ନଦୀର ସ୍ରୋତ ହ୍ରାସ ପାଇବା ନିଶ୍ଚିତ ହୋଇଛି ା ଜିଲାର ସଦର ବ୍ଲକ ସମେତ ଦଶରଥପୁର ଓ ବିଞ୍ଝାରପୁର ବ୍ଲକର ୧୩,୧୦୦ ହେକ୍ଟର ଚାଷଜମିରେ ଅଭାବ ସମୟରେ ଜଳସେଚନ ପାଇଁ ପାଣି ଆଉ ମିଳିବ ନାହିଁ ବୋଲି ମତପ୍ରକାଶ ପାଇଛି ା
ବ୍ରିଟିଶ୍ ଅମଳରୁ ନିର୍ମିତ ବୈତରଣୀ-ବୁଢ଼ା ଆନ୍ନିକଟଠାରୁ ୧୦.୧୪୪ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ କେନାଲ ନିର୍ମାଣ ହୋଇଛି। ଏଥିପାଇଁ ୨୦୧୬ରୁ ଏହାର କଂକ୍ରିଟ୍କରଣ ପାଇଁ ପ୍ରାୟ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି କେନାଲ ସହାୟତାରେ ଶତାଧିକ ଚାଷୀ ଖରିଫ ଓ ରବିଋତୁରେ ଚାଷ କରି ନିଜର ଜୀବିକା ନିର୍ବାହ କରୁଛନ୍ତି। କିନ୍ତୁ ସରକାରୀ କଳ ଓ ପ୍ରଶାସନିକ ଅଧିକାରୀଙ୍କ ଅହେତୁକ କମ୍ପାନୀ ପ୍ରୀତି ଏବେ ଯାଜପୁର ଜିଲାର ଉପରୋକ୍ତ ଚାଷୀ ଏବଂ ସେମାନଙ୍କ ପରିବାରଙ୍କ ପାଇଁ କାଳ ହେବାକୁ ଯାଉଛି। ସାଧାରଣ ଲୋକଙ୍କ ପାଇଁ ଏହି ନଦୀରୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେଇ ପାରୁ ନ ଥିବାବେଳେ ସରକାର ଶିଳ୍ପ କମ୍ପାନୀଗୁଡ଼ିକୁ ନଦୀଜଳ ଯୋଗାଇବାରେ ଆଦୌ ହେଳା କରୁନାହାନ୍ତି ା ଅନ୍ୟପକ୍ଷେ ଜିଲାର ୩ ପ୍ରମୁଖ ନଦୀର ୧୧୭୦୩.୫୫ ମିଲିୟନ କ୍ୟୁବିକ ମିଟର (ଏମ୍ସିଏମ୍) ଜଳ ବ୍ୟବହାର ନ ହୋଇ ସମୁଦ୍ରରେ ମିଶୁଛି ା ଜଳ ସମ୍ପଦର ସଂରକ୍ଷଣ ଓ ସୁରକ୍ଷା ବ୍ୟବସ୍ଥା ସହ ଜଳସେଚନର ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ପ୍ରଣୀତ ବିଭିନ୍ନ ପ୍ରକଳ୍ପ ଯାଜପୁର ଜିଲାରେ ଉପେକ୍ଷିତ ହେଉଥିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି ା ଏହାସହ ଭୂତଳ ଜଳ ଓ ବର୍ଷାଜଳକୁ ସଂରକ୍ଷଣ କରିବା ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯାଜପୁର ଜିଲାରେ ନୈରାଶ୍ୟଜନକ ହୋଇଛି ା ଅନ୍ୟପକ୍ଷେ ଜିଲାରେ ଗଢ଼ି ଉଠିଥିବା ଶିଳ୍ପ କାରଖାନାଗୁଡ଼ିକରେ ନଦୀ ଓ ଭୂତଳ ଜଳ ବ୍ୟବହାର ଅଣାୟତ୍ତ ହେଉଥିବାରୁ ଜିଲାର ଭୂତଳ ଜଳସ୍ତର ନିମ୍ନଗାମୀ ହୋଇ ପାନୀୟ ଜଳ ସମସ୍ୟାକୁ ଉକତ୍ଟ କରିଛି ା ଖରା ମାସରେ ଜିଲାବାସୀଙ୍କୁ ଏଥିଯୋଗୁ ଜଳକ୍ଳିଷ୍ଟତାର ସମ୍ମୁଖୀନ ହେବାକୁ ପଡୁଛି ା
କେନ୍ଦୁଝର ଜିଲା ଗୋନାସିକା ପର୍ବତରୁ ଉପତ୍ତ୍ତି ବୈତରଣୀ ନଦୀରୁ ଟେକ୍ସଟାଇଲ ଏବଂ ଫୁଡ୍ସ ପାର୍କ ପାଇଁ ନଦୀ ଜଳ ବ୍ୟବହାର କରିବାକୁ ଅନୁମତି ମିଳିବା ପରେ ଇନ୍ଟେକ ଓ୍ବାଲ ଖୋଳିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି ା ଅନ୍ୟପକ୍ଷେ ଜଳ ସମ୍ପଦ ବିଭାଗ ପକ୍ଷରୁ ୬ ମାସର ଅଭାବ ସମୟରେ ପାର୍କ ପରିସରରେ ଜଳ ସଂରକ୍ଷଣ ସୁବିଧା କରିବାକୁ ପ୍ରସ୍ତାବ ଦିଆଯାଇଛି। ନବ ନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ ସହ ସଂଯୋଜକ ନିମାଇଁ ଚରଣ ରାୟ କୁହନ୍ତି, ଚାଷୀଙ୍କ ପାଣିକୁ ଶିଳ୍ପ ହାତରେ ଟେକି ଦିଆଯାଇଛି। ରାଜ୍ୟ ସରକାର ଚାଷୀଙ୍କ ସ୍ବାର୍ଥକୁ ଦଳିଚକଟି ଶିଳ୍ପକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ତେଣୁ ବୈତରଣୀ ନଦୀରୁ ଶିଳ୍ପକୁ ଜଳଯୋଗାଣ ବିରୋଧରେ ଜନ ଜାଗରଣ ସୃଷ୍ଟି କରାଯାଇ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।