ପାଣି ବୋତଲ ସମସ୍ତେ କିଣିଥିବେ। ଏହାର ଦାମ ୧୦ଟଙ୍କାରୁ ଆରମ୍ଭ ହୋଇଥାଏ। ତେବେ ଭାରତରେ ଏମିତି ଏକ ପାଣି ବୋତଲ ଖୁବ୍ଶୀଘ୍ର ଉପଲବ୍ଧ ହେବାକୁ ଯାଉଛି, ଯାହାର ମୂଲ୍ୟ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ପାଣି ବୋତଲର ଦାମ ୬୫ ଲକ୍ଷ ଟଙ୍କା। ପୃଥିବୀରେ ଅନେକ ଦାମୀ ଜିନିଷ ଅଛି। ସେଥିମଧ୍ୟରେ ଏହି ପାଣି ବୋତଲ ଅନ୍ୟତମ। ତେବେ କେହି କ’ଣ ଏତେ ଟଙ୍କା ଖର୍ଚ୍ଚ କରି ପାଣି ବୋତଲଟିଏ କିଣିବେ? ବେଭରଲୀ ହିଲ୍ସ 9OH2O ହେଉଛି ପୃଥିବୀର ସବୁଠାରୁ ମହଙ୍ଗା ପାଣି ବୋତଲ ନିର୍ମାଣ କରୁଥିବା କମ୍ପାନୀ। ଏହି କମ୍ପାନୀ ଭାରତରେ ଖୁବ୍ ଶୀଘ୍ର ଏହି ମହଙ୍ଗା ପାଣି ବୋତଲ ଲଞ୍ଚ କରିବାକୁ ଯାଉଛି। ଉକ୍ତ ପାଣି ବୋତଲର ପ୍ରତିଟି ବୁନ୍ଦା ପାଣିର ମୂଲ୍ୟ ହଜାର ହଜାର ଟଙ୍କା। ତେବେ ଆପଣ ନିଶ୍ଚୟ ଭାବୁଥିବେ ଏମିତି କ’ଣ ଅଛି କି ଏଇ ପାଣିରେ? ବେଭରଲୀ କମ୍ପାନୀ କହେ ଏହାର ପାଣି ଯେତିକି ଖାସ୍, ଏହାର ବୋତଲ ସେତିକି ଖାସ୍। ବୋତଲର ଠିପି ହ୍ବାଇଟ୍ ଗୋଲ୍ଡରେ ତିଆରି ଓ ଏହା ଉପରେ ହୀରା ଖଚିତ ହୋଇଛି। ଏହି ପାଣି ବୋତଲର ମାତ୍ର ୯ ପିସ୍ ତିଆରି ହୋଇଛି।