ପାଣି ଚିନ୍ତା: ୭ ଦିନ ମଧ୍ୟରେ ବୈଠକ ଡାକିବାକୁ ନିର୍ଦ୍ଦେଶ

ଜଳେଶ୍ୱର,୧୨ା୩(ଡି.ଏନ.ଏ.): ଜଳେଶ୍ୱର ପଞ୍ଚାୟତ ସମିତିର ୩ୟ ବୈଠକ ଶୁକ୍ରବାର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷ ମାନସ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପିଇବା ପାଣି ସମସ୍ୟା ଉକତ୍ଟ ହୋଇଥିବାରୁ ସରପଞ୍ଚ ଓ ସମିତିସଦସ୍ୟ ବିଭିନ୍ନ ଅଭିଯୋଗ କରିଥିଲେ ା ବ୍ଲକ ଅଞ୍ଚଳରେ ୧୭୯୦ଟି ନଳକୂପ କାର୍ଯ୍ୟକ୍ଷମ ଥିବା ବେଳେ ୩୫ଟି ପିଇବା ପାଣି ପ୍ରକଳ୍ପ କାର୍ଯ୍ୟ କରୁଛି ବୋଲି ସରକାରୀ ଯନ୍ତ୍ରୀ ପ୍ରଦ୍ୟୁମ୍ନ ଦାସ କହିଥିଲେ। ଜଳସ୍ତର ଖସିଥିବାରୁ ଘରୋଇ ଗଭୀର ନଳକୂପ ଅଚଳ ହୋଇଥିବାର ବହୁ ନିର୍ବାଚିତ ପ୍ରତିନିଧି କହିଥିଲେ। କେତେକ ସ୍ଥାନରେ ସରକାରୀ ନଳକୂପ ଖରାପ ପରେ ମରାମତିରେ ବିଳମ୍ବ ଓ ନୂତନ ନଳକୂପ ଖନନରେ ବିଳମ୍ବ ଘଟୁଥିବାରୁ ପାଣି ସମସ୍ୟା ଉକତ୍ଟ ସମ୍ପର୍କରେ କୁହାଯାଇଥିଲା। ବିଧାୟକ ତଥା ମନ୍ତ୍ରୀ ଅଶ୍ୱିନୀ ପାତ୍ର ଏଥିରେ ହସ୍ତକ୍ଷେପ କରି ଆସନ୍ତା ୭ଦିନ ମଧ୍ୟରେ ଏକ ଜରୁରୀ ସ୍ବତନ୍ତ୍ର ପଞ୍ଚାୟତ ସମିତି ବୈଠକ ଡାକିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ା
ଜଳେଶ୍ୱର ବ୍ଲକରେ ସୋରିଷ ଚାଷ ଜିଲାରେ ଭଲ ହୋଇଥିବାରୁ ରାଜ୍ୟସ୍ତରରେ ବାଲେଶ୍ୱର ଜିଲାପାଳ ପୁରସ୍କୃତ ହୋଇଥିବା ଗୋଷ୍ଠୀ କୃଷି ଅଧିକାରୀ ସଞ୍ଜୟ ରାଉତ କହିଥିଲେ। ଏଣିକି ଚାଷୀଙ୍କୁ ନିର୍ଦ୍ଦିଷ୍ଟ ସମୟରେ ବିହନ ଯୋଗାଣ ହେବ ବୋଲି କହିଥିଲେ। ୧୭୮୦ଟି ଗ୍ରୁପକୁ ବଳରାମ ଯୋଜନାରେ ଭୂମିହୀନଙ୍କୁ ସହାୟତା ଯୋଗାଇବା ଲାଗି ପ୍ରସ୍ତୁତି ସରିଥିଲେ ମଧ୍ୟ ମାତ୍ର ହାତଗଣତି କେତେକଙ୍କୁ ଦିଆଯାଇଥିବା କହିଥିଲେ। ରାସାୟନିକ ସାର ବଦଳରେ ଜୈବିକ ସାର ଓ ନିମ୍ବ ପିଡିଆ ବ୍ୟବହାରକୁ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଉଦ୍ୟାନବିତ୍‌ ସୌମ୍ୟ ରଥ ଜଳେଶ୍ୱରରେ ଶୀଳତଭଣ୍ଡାର ନିର୍ମାଣକୁ ଗୁରୁତ୍ୱ ଦେଇଥିଲେ। ପଶ୍ଚିମବାର୍ଡ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ ହେଉ ନ ଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା ା ଶିକ୍ଷାଦାନ, ୫ଟି ବିଦ୍ୟାଳୟ, ଜଙ୍ଗଲ ବିଭାଗ, ୫ମ ରାଜ୍ୟ କମିଶନ, ୧୫ କେନ୍ଦ୍ର କମିଶନ ଅର୍ଥ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ମଞ୍ଚରେ ତହସିଲଦାର ନିହାର ରଞ୍ଜନ ବେହେରା, ଜିଲାପରିଷଦ ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ, ବିଡିଓ ପୁନମ ରାଉତ, ଉପାଧ୍ୟକ୍ଷା ସଞ୍ଚିତ ସେନାପତି, ଶାନ୍ତନୁ ପଟ୍ଟନାୟକ ଓ ବିଭାଗୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ା