ଚୁଆ ପାଣି ହିଁ ଭରସା

କେନ୍ଦୁଝର,୧୩।୬(ସ୍ବ.ପ୍ର.): ତେଲକୋଇ ବ୍ଲକ ତାଳପଦା ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ତାପମାତ୍ରା ୪୦ ଡ଼ିଗ୍ରୀ ସେଣ୍ଟିଗ୍ରେଡ ଉପରେ ରହୁଥିବା ବେଳେ ପାଣି ସମସ୍ୟା ଲୋକଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରୁଛି। ପ୍ରବଳ ଖରାସ୍‌ରେ ପାଣି ପାଇଁ ଚୁଆ ଉପରେ ନିର୍ଭର କରିବାକୁ ପଡୁଛି। ଉକ୍ତ ପଞ୍ଚାୟତରେ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ‘ବସୁଧା’ ଯୋଜନା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲେ ହେଁ ତ୍ରୁଟିପୂର୍ଣ୍ଣ ନିର୍ମାଣ କାମ ଯୋଗୁ ଜଳ ଯୋଗାଣ ବ୍ୟାହତ ହେଉଛି ବୋଲି ଅଭିଯୋଗ ହୋଇଛି । ଏଣୁ ପାଣି ପାଇଁ ଗ୍ରାମବାସୀ ସମାକୋଇ ନଦୀରୁ ଚୁଆ ଖୋଳି ପାଣି ବ୍ୟବହାର କରି ଶୋଷ ମେଣ୍ଟାଉଥିବା କହିଛନ୍ତି। ଗାଁରେ ନଳକୂପ ଥିଲେ ମଧ୍ୟ ପାଣି ସ୍ବାସ୍ଥ୍ୟ ଉପଯୋଗୀ ହେଉ ନ ଥିବାରୁ କିଡିନୀ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ତାଳପଦା ଗ୍ରାମରେ ନିର୍ମାଣ ହୋଇଥିବା ୫୦ ଲକ୍ଷ ଟଙ୍କା ବ୍ୟୟରେ ‘ବସୁଧା’ ଯୋଜନାରେ ପାନୀୟ ଜଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି। ଏଣୁ ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।