ପାରାଦୀପଗଡ଼ରେ ଜଳ ନିଷ୍କାସନରେ ସମସ୍ୟା ଉତ୍କଟ

ପାରାଦୀପ,୨୯।୯(ଶରତ ରାଉତ): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାରାଦୀପଗଡ ପଞ୍ଚାୟତରେ ମାସାଧିକ ସମୟ ହେଲା ଗାଁରୁ ବର୍ଷାଜଳ ନିଷ୍କାସନ ହେଉନାହିଁ। ଗାଁ ଦାଣ୍ଡରେ ପାଣି ଜମି ରହୁଛି। ସେହି ପାଣିରେ ଆବର୍ଜନା, ଗୋବର, ପଙ୍କ, ମଳ,ମୂତ୍ର, ଗଛରୁ ଝଡ଼ୁଥିବା ପତ୍ର ଆଦି ମିଶୁଛି। ସବୁ ଆବର୍ଜନା ପଚିଶଢି ଯିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ମାତ୍ର ଏଭଳି ପାଣିରେ ପଶି ଗ୍ରାମବାସୀ ଚଳପ୍ରଚଳ ହେବାକୁ ବାଧ୍ୟ ହେଉଛନ୍ତି। ଏହାଦ୍ୱାରା ଗାଁ ଲୋକଙ୍କ ମଧ୍ୟରେ ବିଭିନ୍ନ ଦୁରାରୋଗ ବ୍ୟାପିଲାଣି। ଅଗଷ୍ଟରେ ଝାଡ଼ାବାନ୍ତି ବ୍ୟାପିଥିଲା। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏବେ ଜ୍ୱର ପ୍ରତି ଘରେ ବ୍ୟାପିଲାଣି। ମହିଳା ଶିଶୁମାନଙ୍କ ପାଦରେ ବିଭିନ୍ନ ପ୍ରକାର ଚର୍ମରୋଗ ହେଲାଣି। ଏନେଇ ଗାଁ ଲୋକେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଶନିବାର ଗାଁ ଭିତରକୁ ଯାଇଥିତ୍ବା ମମତା ସାହୁ, ସ୍ନେହମୟୀ ପଣ୍ଡା, ଦିବାକର ସାହୁ ସମେତ ୧୫-୨୦ ଜଣ ସେମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ କହିଥିଲେ। ଏପରି ସମସ୍ୟା ଗତ ୧୦ ବର୍ଷ ହେଲା ଲାଗି ରହୁଛି। ଲଗାଣ ବର୍ଷା ହେଲେ ଘରବାରି ସବୁ ପାଣି ଭର୍ତ୍ତି ହୋଇଯାଉଛି। ନିଷ୍କାସନ ପାଇଁ କୌଣସି ବାଟ ନାହିଁ। କେତେଜଣ ଲୋକ ପାଣି ଭୂତଳକୁ ଚାଲିଯିବା ଆଶାରେ ଘର ଆଗରେ ଗାତ ଖୋଳିଛନ୍ତି। ଗ୍ରାମ ମୁରବି ଶେଖ୍‌ ବସୀର ଅଲ୍ଲୀ (କୁନା ମିଆଁ)କୁହନ୍ତି, ଆମେ ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନକୁ ୧୦ ବର୍ଷ ହେଲା ଲେଖି ଥକିଗଲୁଣି। ମାତ୍ର ସମସ୍ୟାର ସମାଧାନ ପାଇଁ ଖସଡ଼ା ହେଉନାହିଁ। ଏବେ ଏକମାତ୍ର ବିକଳ୍ପ ଗାଁ ଲୋକେ କଟକ-ପାରାଦୀପ ମୁଖ୍ୟ ରାସ୍ତାରେ ଯାଇ ବସିବୁ। ଦରକାର ପଡ଼ିଲେ ସେହି ରାସ୍ତା ଉପରେ ଅସ୍ଥାୟୀ ଘର କରି ରହିବୁ। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ସସ୍ମିତା ବେହେରା କୁହନ୍ତି, ଏଠାରେ ଜଳ ନିଷ୍କାସନ ବଡ଼ ସମସ୍ୟା ହୋଇଛି। ଯେତେବେଳେ ପାଣି ଜମି ରହୁଛି, ଆମେ ନିଜ ଉଦ୍ୟମରେ କିଛି ପାଣି ବାହାର କରୁଛୁ। କିନ୍ତୁ ତାହା ସ୍ଥାୟୀ ସମାଧାନ ନୁହେଁ। ଏଥିପାଇଁ ପ୍ରଶାସନ ଓ ସରକାର ବୃହତ୍‌ ଦୀର୍ଘସ୍ଥାୟୀ ଯୋଜନା କରିବା ଦରକାର। ସରପଞ୍ଚ ପ୍ରତିନିଧି ତଥା ଆଇନଜୀବୀ ସଞ୍ଜୟ ବେହେରା କୁହନ୍ତି, ଏଥିପାଇଁ ଗାଁର କିଛି ଲୋକ ଓ ପୂର୍ବତନ ପ୍ରଶାସନିକ ଅଧିକାରୀମାନେ ଦାୟୀ। କାରଣ ଏହି ଗାଁ ପାଖରେ ଏକମାତ୍ର ଜଳ ନିଷ୍କାସନ ବାଟ ଥିଲା ହଳଦୀପାଣି ଯୋର। ୧୯୬୫ରେ ରାଜପଥ ପାଇଁ ଯୋର ଉପରେ ସ୍ଥାୟୀ ରାସ୍ତା କରାଯାଇ ଅବରୋଧ କରାଯାଇଛି। ଦ୍ୱିତୀୟତଃ ଗାଁରେ ଅଳ୍ପ ଲୋକ ଥିଲେ। ପାରାଦୀପ ବନ୍ଦର ବିକାଶ ହେବା ପରେ କେତେ ଲୋକ ବାହାରୁ ଆସି ସରକାରୀ ଜାଗାକୁ ବିଭିନ୍ନ ଉପାୟରେ କରାୟତ୍ତ କରି ଘରବାଡ଼ି କରିଛନ୍ତି। ଏହାଦ୍ୱାରା ଗାଁ ଭିତରେ ଗୋଟିଏ କେବୁଲ ଯିବା ଭଳି ଜାଗା ନାହିଁ। ଚାରିଆଡେ ଘର, ଶିଳ୍ପ ସବୁ ହେବା ଦ୍ୱାରା ଜଳ ଆବଦ୍ଧ ହୋଇଯାଇଛି। ଏହାର ସମାଧାନ ପାଇଁ ଏକମାତ୍ର ବିକଳ୍ପ ହେଲା ହଳଦୀପାଣି ଯୋରକୁ ମୁକ୍ତ କରିବା। ନ ହେଲେ ଆଗକୁ ଆହୁରି ସମସ୍ୟା ସୃଷ୍ଟି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ସୀମାରେ ଆଇଡି ବିସ୍ଫୋରଣ, ୫ ଯବାନ ଆହତ

ମାଲକାନଗିରି,୨୯ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ଆଇଡି ବିସ୍ଫୋରଣ ହୋଇ ୫ ଯବାନ ଆହତ ହୋଇଛନ୍ତି। ସୂଚନା ମୁତାବକ, ଛତିଶଗଡ଼ ବିଜାପୁର...

ମିଡିୟୁବାନ୍ଦା ଜଳପ୍ରପାତରେ କମୁଛି ଜଳସ୍ତର, ପର୍ଯ୍ୟଟକ ମୁହଁ ଫେରାଇବା ଆଶଙ୍କା

ଦାରିଙ୍ଗବାଡ଼ି,୨୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଅନେକ ଜଳପ୍ରପାତ ରହିଛି। ସେଗୁଡିକ ମଧ୍ୟରୁ ପାଙ୍ଗାଲିର ଇନ୍ଦ୍ରଧନୁ ଜଳପ୍ରପାତ ସମେତ ପାଟାବାନ୍ଧା ଜଳପ୍ରପାତ, କିରିକୁଟି ଲଭର୍ସ...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମର ଫାଇଲ ଜବତ କଲା ଭିଜିଲାନ୍ସ

କେସିଙ୍ଗା,୨୯ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଭିଜିଲାନ୍ସ ବିଭାଗ ଶନିବାର କେସିଙ୍ଗା ବ୍ଲକ କଶ୍ରୁପଡା ପଞ୍ଚାୟତର ଘଣ୍ଟଶଳା ଗ୍ରାମରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହୋଇଥିବା କାମର କେସ୍‌ ରେକର୍ଡ ଫାଇଲ ଜବତ...

ମାସିକ ୧୬ ବଦଳରେ ମିଳୁଛି ୧୧

ସୋନପୁର,୨୯।୯(ମୃତ୍ୟୁଞ୍ଜୟ ଶତପଥୀ): କିଶୋରୀମାନଙ୍କୁ ସ୍ବାସ୍ଥ୍ୟବାନ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା(ଏମ୍‌ଏସ୍‌ପି) ପ୍ରଣୟନ କରିଛନ୍ତି। ୧୫ ରୁ ୧୯ ବର୍ଷର ସମସ୍ତ...

ବନିତାଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ସାତସପନ

ରାଜକନିକା,୨୯ା୯(ସଞ୍ଜୟ କୁମାର ଦାଶ): କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା କରୁଛନ୍ତି। ହେଲେ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଏହି ଯୋଜନା ପହଞ୍ଚତ୍ ପାରୁନାହିଁ। ପ୍ରଶାସନ ଆଢୁଆଳରେ...

କୁମ୍ଭୀର ପାଇଁ ନଦୀକୂଳ ଅସୁରକ୍ଷିତ

କେନ୍ଦ୍ରାପଡ଼ା,୨୯ା୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଦେବେନ୍ଦ୍ର ନାରାୟଣପୁର ଗ୍ରାମର ରଞ୍ଜିତ ମଣ୍ଡଳଙ୍କ ପୋଖରୀରେ ମଙ୍ଗଳବାର ଏକ ବଡ଼ କୁମ୍ଭୀର ପଶିଯାଇଥିଲା। ବନ...

ରାସ୍ତାରେ ନଦୀର ଭ୍ରମ

ଯାଜପୁର,୨୯ା୯ (ହର୍ଷବର୍ଦ୍ଧନ ବେହେରା): ସହରବାସୀ ଏବଂ ପର୍ଯ୍ୟଟକଙ୍କ ଅବସର ବିନୋଦନ ପାଇଁ ରାଜ୍ୟ ସରକାର ବ୍ୟାସ ସରୋବର ପ୍ରକଳ୍ପର ପରିକଳ୍ପନା କରିଛନ୍ତି। କିନ୍ତୁ ଏହି ପ୍ରକଳ୍ପର...

କାମରେ ଆସୁନି ଆମ ବ୍ୟାଙ୍କ

ରସୁଲପୁର,୨୯ା୯(ରଞ୍ଜିତ ରାଉତ): ବ୍ୟାଙ୍କ ନ ଥିବା ପଞ୍ଚାୟତରେ ‘ଆମ ବ୍ୟାଙ୍କ’ ଖୋଲାଯାଇଛି। ଏହା ଜରିଆରେ ଉପଭୋକ୍ତାଙ୍କ ନିକଟରେ ବ୍ୟାଙ୍କିଙ୍ଗ୍‌ ସେବା ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri