ହସ୍ପିଟାଲ ୱାର୍ଡରେ ପଶିଲା ପାଣି: ରୋଗୀ ହନ୍ତସନ୍ତ

ବାଲେଶ୍ବର,୨୨।୮: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯେଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଓ କିଛି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

ଏଭଳିସ୍ଥିତିରେ ବାଲେଶ୍ବର ଜିଲାରେ ମଧ୍ୟ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁ ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟରେ ବର୍ଷା ପାଣି ପଶିଛି। ଏପରି କି ହସ୍ପିଟାଲର ନିରାମୟ ଔଷଧ କେନ୍ଦ୍ର ସହ କିଛି ଓପିଡି ୱାର୍ଡରେ ପାଣି ପଣିଥିବା ଜଣାପଡିଛି। ପାଣି ପଶିବାରୁ ୱାର୍ଡରେ ଥିବା ରୋଗୀ ହନ୍ତସନ୍ତ ହୋଇଛନ୍ତି।