ଆରଡି, ୧୩।୯, (ଡି.ଏନ.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ସୋମବାର ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପ୍ରାୟ ୧ ଫୁଟ ଉଚ୍ଚତାରେ ପାଣି ଥିବାରୁ ମଣିବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ ବୁଡିଯାଇଛି। ଫଳରେ ମଙ୍ଗଳ ଆଳତି ସହ ଦୈନନ୍ଦିନ ନୀତିକାନ୍ତି ପୂଜାରେ ବିଳମ୍ବ ହୋଇଛି । ମୋଟର ପମ୍ପ ଯୋଗେ ଗର୍ଭଗୃହରୁ ପାଣି ନିଷ୍କାସନ କରାଯାଇଛି। ସୂଚନାଯୋଗ୍ୟ, ଲଗାଣ ବର୍ଷା ଯୋଗୁଁ ଗର୍ଭଗୃହରେ ପାଣି ଜମିଥିବା ଜଣାପଡିଛି। ପ୍ରତିବର୍ଷ ବନ୍ୟା କିମ୍ବା ଅତ୍ୟଧିକ ବର୍ଷା ହେଲେ ଏଭଳି ସ୍ଥିତି ଉପୁଜିଥାଏ। ଏଥିରେ ସୁଧାର ଆଣିବା ପାଇଁ ଗର୍ଭଗୃହ ଚଟାଣ ମରାମତି କାର୍ଯ୍ୟ ବାରମ୍ବାର କରାଯାଉଥିଲେ ବି କୌଣସି ସୁଫଳ ମିଳୁ ନ ଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି। ଏ ନେଇ ଅସନ୍ତୋଷ ମଧ୍ୟ ଦେଖାଦେଇଛି ।