Advertisement

ଗାଁରେ ପଶିଲା ନାଳପାଣି: ୨ ଦିନ ହେଲା ଲୋକେ ଜଳବନ୍ଦୀ

ଦିଗପହଣ୍ଡି,୧୪।୧୦(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଜାରିରହିଛି । ବର୍ଷା ପ୍ରଭାବରେ ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଗାଁ ବୋଇରାଣୀ ନାଳର ବଢ଼ିପାଣି ନିଷ୍କାସନ ହୋଇ ନ ପାରି ଗାଁ ଭିତରେ ପଶିଯିବାରୁ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଗାଁର ଗଣିଆ ସାହି ରାସ୍ତାରେ ୨ ଫୁଟ ଉଚ୍ଚରେ ନାଳପାଣି ଜମି ରହିଛି। ସାହି ବାସିନ୍ଦା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଲୋକେ ଏନେଇ ଦିଗପହଣ୍ଡି ବିଡିଓ ହଳଧର ଶବର ଏବଂ ତହସିଲଦାର ଅଦୈତ କୁମାର ସ୍ବାଇଁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସନ୍ଧ୍ୟା ସୁଦ୍ଧା ବଢ଼ି ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବଢ଼ି ପାଣି ନିଷ୍କାସନ ନିମନ୍ତେ ଡ୍ରେନେଜ ବ୍ୟବସ୍ଥା ନ ଥିବା ଯୋଗୁ ସାମାନ୍ୟ ବର୍ଷା ହେଲେ ଗାଁ ରାସ୍ତାରେ ପାଣି ଜମିରହୁଛି। ଗ୍ରାମବାସୀ ବାରମ୍ବାର ଆପତ୍ତି ଅଭିଯୋଗ କଲେ ମଧ୍ୟ ପଞ୍ଚାୟତ ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ତୁରନ୍ତ ସମସ୍ୟାର ସ୍ଥାୟୀ ସମାଧାନ କରା ନ ଗଲେ ଗ୍ରାମବାସୀଙ୍କ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share