ହସ୍ପିଟାଲ ଭିତରେ ପାଣି

ବାଲେଶ୍ୱର,୩।୧୦: ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ସୋମବାର ଠାରୁ ବର୍ଷା ଲାଗିରହିଛି । ଜଳେଶ୍ୱର ନୂଆବଜାର ଠାରେ ରାସ୍ତାର ସମ୍ପ୍ରସାରଣ ପାଇଁ ଠିକାଦାରର ପାଣି ନିଷ୍କାସନ ପାଇଁ ଥିବା ଡ୍ରେନକୁ ପୋତି ଦେଇଥିବାରୁ ମଙ୍ଗଳବାର ବର୍ଷା ପାଣି ଜଳେଶ୍ୱର ଜିକେ ଭଟ୍ଟର ହସ୍ପିିଟାଲ ମଧ୍ୟରେ ପଶି ଯାଇଥିଲା ।
ମେଡିସିନ ୱାର୍ଡ, ଲାବରୋଟରୀ, ଆଉଟଡୋର, ଫିମେଲୱାର୍ଡରେ ଆଣ୍ଠୁଏ ଉଚ୍ଚରେ ପାଣି ଲହଡି ମାରୁଥିବାର ଦେଖିବାକୁ ମିଳିଛି । ବର୍ଷା ପାଣି ହସ୍ପିଟାଲ ମଧ୍ୟରେ ପଶିବାରୁ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି ।

Share