ଫେଣ୍ଟାନିଲ ଇଞ୍ଜେକ୍‌ଶନ ବଦଳରେ ପାଣି :୧୦ ରୋଗୀ ମୃତ

ଓ୍ବାଶିଂଟନ,୬।୧: ଆମେରିକାର ଓରେଗନ୍‌ ହସ୍ପିଟାଲକୁ ଯୋଗାଇଦିଆଯାଉଥିବା ଯନ୍ତ୍ରଣା ଉପଶମ ଇଞ୍ଜେକ୍‌ଶନ ଫେଣ୍ଟାନିଲ୍‌ ଇଣ୍ଟ୍ରାଭେନସ୍‌ (ଆଇଭି) ସ୍ଥାନରେ ଜଣେ ନର୍ସ ଷ୍ଟେରିଲାଇଜ୍‌ ହୋଇ ନ ଥିବା ଟ୍ୟାପ୍‌ ପାଣିକୁ ଇଞ୍ଜେକ୍‌ଶନ ଭାବେ ରୋଗୀଙ୍କୁ ଦେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଫେଣ୍ଟାନିଲ୍‌ ଆଇଭିର ଅପବ୍ୟବହାର କରାଯାଇଥିବାବେଳେ ଏହାକୁ ଲୁଚାଇବାକୁ ଯାଇ ନର୍ସ ରୋଗୀଙ୍କୁ ଇଞ୍ଜେକ୍‌ଶନ ଦେବାରେ ପାଣି ବ୍ୟବହାର କରୁଥିଲେ। ମେଡ୍‌ଫୋର୍ଡସ୍ଥିତ ଆସାଣ୍ଟେ ରୋଗ୍ୟୁ ରିଜିଅନାଲ ମେଡିକାଲ ସେଣ୍ଟରରେ ଏହି ଘଟଣା ଘଟିଛି। ପୋଲିସ ଏବେ ଫେଣ୍ଟାନିଲ୍‌ ଆଇଭି ଚୋରିର ତଦନ୍ତ ଚଳାଇଛି। ହସ୍ପିଟାଲର ଜଣେ ପୂର୍ବତନ କର୍ମଚାରୀ ଉକ୍ତ ଇଞ୍ଜେକ୍‌ଶନକୁ ଚୋରି କରିଥିବା ବିଶ୍ୱାସ କରି କର୍ତ୍ତୃପକ୍ଷ ଗତ ମାସରେ ପୋଲିସକୁ ଜଣାଇଥିଲେ। ୨୦୨୨ ଆରମ୍ଭରୁ ହସ୍ପିଟାଲରେ ଫେଣ୍ଟାନିଲ୍‌ର ବାଟମାରଣା ହେଉଥିବାବେଳେ ଏହାକୁ ଲୁଚାଇବା ପାଇଁ ରୋଗୀଙ୍କୁ ନର୍ସ ଷ୍ଟେରିଲାଇଜ୍‌ ହୋଇ ନ ଥିବା ଟ୍ୟାପ୍‌ ପାଣିକୁ ଇଞ୍ଜେକ୍‌ଶନ ଭାବେ ଦେଉଥିଲେ। ଫଳରେ ସଂକ୍ରମିତ ହୋଇ ରୋଗୀଙ୍କ ମୃତ୍ୟୁ ଘଟିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ଜାଣିବାକୁ ପାଇଛନ୍ତି।

Share