ଚାଇନାର ରାସ୍ତା ଉପରେ ୩.୫ ମିଟର ଉଚ୍ଚରେ ପାଣି

ବେଜିଂ,୧୩।୮: କେନ୍ଦ୍ରୀୟ ଚାଇନାର ହୁବେଇ ପ୍ରଦେଶରେ ପ୍ରବଳ ବର୍ଷା ହୋଇଛି। ଫଳରେ ପ୍ରଦେଶର ସୁଇକ୍ସିଆନ୍‌ କାଉଣ୍ଟିର ଲିଉଲିନ୍‌ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୨୧ ଜଣଙ୍କ ମୃତ୍ୟୁ ଘଟିବା ସହ ୪ ଜଣ ନିଖୋଜ ଥିବା ଜଣାପଡ଼ିଛି। ବୁଧବାର ଓ ଗୁରୁବାର ସୁଇକ୍ସିଆନ୍‌ କାଉଣ୍ଟିର ଲିଉଲିନ୍‌ ସହରରେ ୫୦୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବିଭିନ୍ନ ଅଞ୍ଚଳରେ ୩.୫ ମିଟର ଉଚ୍ଚରେ ପାଣି ଜମି ରହିଥିବା ବେଳେ ସହରର ୮,୦୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Share