ଅପହଞ୍ଚ ଅଞ୍ଚଳକୁ ଟ୍ୟାଙ୍କରରେ ହେଉଛି ଜଳ ଯୋଗାଣ

ସମ୍ବଲପୁର,୨୧ା୩(ପ୍ରମୋଦ ବହିଦାର): ସମ୍ବଲପୁର ମହାନଗରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୯ଟି ଜଳ ବିଶୋଧନାଗାର ରହିଛି। ପାନୀୟ ଜଳ ବିତରଣକାରୀ ସଂସ୍ଥା ୱାଟ୍‌କୋ ସମ୍ପୂର୍ଣ୍ଣ ସମ୍ବଲପୁର ମହାନଗର ଅଞ୍ଚଳରେ ପାନୀୟ ଜଳ ଯୋଗାଣ ଦାୟିତ୍ୱରେ ରହିଛି। ସମଗ୍ର ସହରରେ ପାନୀୟ ଜଳ ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ ସହରର ସମସ୍ତ ଭୂତଳ ପୁରୁଣା ପାଇପ୍‌ ବଳରେ ନୂତନ ପାଇପ୍‌ ବିଛା କାର୍ଯ୍ୟ ଆଗେଇ ଚାଲିଛି। କେତେକ ସ୍ଥାନକୁ ଛାଡ଼ିଦେଲେ ସହରର ପ୍ରାୟ ସମସ୍ତ ଅଞ୍ଚଳକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ଜାରିରହିଛି। ମହାନଦୀ ଓ ହୀରାକୁଦ ଜଳଭଣ୍ଡାରରୁ ଜଳ ଉତ୍ତୋଳନକରି ସହରର ବିଭିନ୍ନ ସ୍ଥାନରେ ଥିବା ୯ଟି ବିଶୋଧନାଗାରରୁ ପ୍ରତିଦିନ ସହରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେଉଛି। ୱାଟ୍‌କୋ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ମହାନଗର ନିଗମ ଅଞ୍ଚଳରେ ବସବାସ କରୁଥିବା ପାଖାପାଖି ୭୫ ହଜାର ୪୧୨ଟି ଗୃହକୁ ପାଇପ୍‌ ସଂଯୋଗ କରାଯାଇ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସହର ମଧ୍ୟରେ ପ୍ରାୟ ୧୧୮୪.୪୨ କି.ମି. ପାଇପ୍‌ ଲାଇନ ବିଛାଯାଇଛି। ସମ୍ବଲପୁର ମହାନଗର ଅଞ୍ଚଳରେ ପ୍ରତ୍ୟହ ୭୨.୬୮ ମେଗା ଲିଟର ପାନୀୟ ଜଳର ଆବଶ୍ୟକତା ରହିଥିବା ବେଳେ ଆବଶ୍ୟକତାଠାରୁ ଅଧିକ ୭୮.୮୨ ମେଗା ଲିଟର ଜଳ ଯୋଗାଣ କରାଯାଉଛି। ଏହି ଆବଶ୍ୟକତା ପୂରଣ ପାଇଁ ସହରର ବିଭିନ୍ନ ସ୍ଥାନରେ ଦୈନିକ ୮୧.୪୫ ମେଗା ଲିଟର ଜଳ ବିଶୋଧନ କ୍ଷମତା ବିଶିଷ୍ଟ ୯ଟି ଜଳ ବିଶୋଧନାଗାର ସ୍ଥାପନ କରାଯାଇଛି। ବିଭିନ୍ନ ସ୍ଥାନରୁ ଜଳ ଉତ୍ତୋଳନ ପାଇଁ ବିଭିନ୍ନ ସ୍ଥାନରେ ୮୫୦୪ ଅଶ୍ୱଶକ୍ତି କ୍ଷମତା ସମ୍ପନ୍ନ ୩୦୮ଟି ବୃହତ୍‌ ପାଣିପମ୍ପ ଖଞ୍ଜା ଯାଇଛି। ବିଶୋଧିତ ଜଳ ସଂରକ୍ଷଣ ଓ ବିତରଣ ପାଇଁ ସହରର ବିଭିନ୍ନ ସ୍ଥାନରେ ୧୬.୪୫ ମେଗା ଲିଟର ଜଳଧାରଣ କ୍ଷମତା ବିଶିଷ୍ଟ ୪୧ଟି ଉଚ୍ଚ ପାଣିଟାଙ୍କି ଓ ୩୬.୦୨ ମେଗା ଲିଟର ଜଳଧାରଣ କ୍ଷମତା ବିଶିଷ୍ଟ ୭୫ଟି ଭୂତଳ ଜଳାଶୟ ରହିଛି। ଯାହା ଚଳିତ ଗ୍ରୀଷ୍ମରେ ସମ୍ବଲପୁର ମହାନଗରବାସୀଙ୍କ ଜଳକଷ୍ଟ ଦୂର କରିବାରେ ସହାୟକ ହେବ ବୋଲି କୁହାଯାଇଛି। ସମ୍ପୃକ୍ତ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ସହରର ବିଭିନ୍ନ ସ୍ଥାନରେ ନୂତନ ପାଇପ୍‌ ଲାଇନ୍‌ ବିଛା ସହିତ ପୁରୁଣା ପାଇପ୍‌ ପରିବର୍ତ୍ତନ ପ୍ରକ୍ରିୟା ମଧ୍ୟ ଜାରି ରହିଛି। ତେଣୁ ସହରର କେତେକ ସ୍ଥାନକୁ ପାଇପ୍‌ ଜଳ ଠିକ୍‌ ଭାବେ ପହଞ୍ଚତ୍ପାରୁ ନାହିଁ। ଏଥିପାଇଁ ବ୍ୟବସ୍ଥା ସ୍ବରୂପ ଉକ୍ତ ଅଞ୍ଚଳକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣକୁ ନିଶ୍ଚିତ କରାଯାଇଛି ବୋଲି ଏସ୍‌ଡିଓ ଗୁରଲସନ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ସହ ଯୁକ୍ତିତର୍କ ପରେ ଫ୍ୟାନ୍‌ରେ ଝୁଲି ପଡ଼ିଲେ ନାବାଳକ

ଫୁଲବାଣୀ, ୨୭।୩(ରାକେଶ କୁମାର ରାଉତ)-କନ୍ଧମାଳ ଜିଲା ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ କେନ୍ଦୁପଦର ଅଞ୍ଚଳରେ ବୁଧବାର ଜଣେ ନାବାଳକଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର...

ଭୁବନେଶ୍ୱରକୁ ଘେରିଗଲେ ପୋଲିସ ଫୋର୍ସ, ଚେତାବନୀ ଦେଲେ ଭକ୍ତ ଦାସ…

ଭୁବନେଶ୍ୱର,୨୭।୩: ଆଜି ଭୁବନେଶ୍ୱର ଘେରିବ କଂଗ୍ରେସ। ଏନେଇ ହାଇ ଆର୍ଲଟ ମୋଡରେ ରାଜଧାନୀ। ସାରା ଭୁବନେଶ୍ୱରରେ ହୋଇଛି ପୋଲିସ ଛାଉଣୀ। ରାଜ୍ୟରେ ମହିଳା ଅସୁରକ୍ଷିତ ଏବଂ...

ଦାମୋଦରପୁରରେ ମା’ ଦଣ୍ଡକାଳୀ ଉତ୍ସବ, ମନ ଜିଣିଲା ଉଷାରାଣୀଙ୍କ ଆଙ୍କରିଂ

ଗଞ୍ଜାମ,୨୬।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଦାମୋଦରପୁର ଗ୍ରାମରେ ପ୍ରଥମ ମା ଦଣ୍ଡକାଳୀଙ୍କ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଛତ୍ରପୁର କମାପାଲି ଦଣ୍ଡ ସକାଳେ...

ସକାଳୁ ସକାଳୁ ଭୁବନେଶ୍ୱରକୁ ଘେରିଗଲେ ପୋଲିସ, ରାଜଧାନୀରେ ଟ୍ରାଫିକ୍‌ ଜାମ୍‌

ଭୁବନେଶ୍ୱର,୨୭।୩: ରାଜ୍ୟରେ ମହିଳା ଅସୁରକ୍ଷିତ ଏବଂ ଏଥିଲାଗି ଗୃହକମିଟି ଦାବି କରି କଂଗ୍ରେସର ୧୪ ସଦସ୍ୟ ନିଲମ୍ବନ ହେବା ଘଟଣାରେ ରାଜ୍ୟ କଂଗ୍ରେସ ତୀବ୍ର ପ୍ରତିକ୍ରିୟାଶୀଳ...

ମୁକୁନ୍ଦପୁର ଘାଟିରେ ଓଲଟିଲା ବସ୍‌, ୨୩ ଆହତ, ୩ ଗୁରୁତର

ରାୟଗଡ଼ା,୨୭।୩(ଆଶିଷ ରଞ୍ଜନ ପଣ୍ଡା): ମୁକୁନ୍ଦପୁର ଘାଟିରେ ବସ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୩ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୩ ଜଣ ଯାତ୍ରୀ...

ଶିମିଳିପାଳରେ ନୂତନ ଅଦା ଜାତୀୟ ଉଦ୍ଭିଦ

ବାରିପଦା,୨ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ଶିମିଳିପାଳ ସଂରକ୍ଷିତ ଜୈବମଣ୍ଡଳରୁ ଏକ ନୂତନ ଅଦା...

ଇନ୍ଦ୍ରାବତୀ କେନାଲକୁ ଖସିଲା କାର୍‌: ଶିଶୁ ସମେତ ବୃଦ୍ଧଙ୍କ ମୃତ୍ୟୁ

ଭବାନୀପାଟଣା,୨୭ା୩(ଉତ୍ତମ କୁମାର ଦାଶ)କଳାହାଣ୍ଡି ଜିଲା କଲମପୁର ଥାନା ଅନ୍ତର୍ଗତ ଠେଲକୋମୁଣ୍ଡା ଇନ୍ଦ୍ରାବତୀ କେନାଲ ନିକଟରେ ବୁଧବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବାଇକ୍‌ ସହ...

ସମସ୍ୟାଘେରରେ ବିଜ୍ରାଦର ଗାଁ

ଭବାନୀପାଟଣା,୨୭ା୩(ଉତ୍ତମ କୁମାର ଦାଶ)କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବୁଢ଼ୀଦର ପଞ୍ଚାୟତର ବିଜ୍ରାଦର ଗାଁ। ବଣ ପାହାଡ଼ ଘେରା ଏହି ଗାଁ ରାଜସ୍ବ ଗ୍ରାମର ମାନ୍ୟତା ପାଇଥିଲେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image