ଗ୍ୟାସ୍‌ ସିଲିଣ୍ଡରରୁ ବାହାରୁଛି ପାଣି, ଅଭିଯୋଗ କଲେ ଦିଆଯାଉଛି ଧମକ

ମଙ୍ଗୁଳି-ଜଗତପୁର,୨୪।୯(ମାନସ ସାମଲ): ରନ୍ଧନ ଗ୍ୟାସ୍‌ରେ ବିଭିନ୍ନ ପ୍ରକାର ଠକେଇର ଶିକାର ହେଉଛନ୍ତି ଉପଭୋକ୍ତା। ସିଲିଣ୍ଡରରୁ ଲିଟର ଲିଟର ପାଣି ବାହାରୁଥିବାବେଳେ ନିର୍ଦ୍ଧାରିତ ଦରଠାରୁ ଅଧିକ ଟଙ୍କା ନିଆଯାଉଛି। । ଏହି ଘଟଣାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଅଭିଯୋଗ ଅନୁସାରେ, କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭାଟିମୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ସାରଙ୍ଗି ଗ୍ରାମର ଭାଗ୍ୟଧର ସାମଲଙ୍କ ଇଣ୍ଡେନ ଗ୍ୟାସ୍‌ ଟାଙ୍କିରୁ ଗ୍ୟାସ୍‌ ବାହାରିବା ପରିବର୍ତ୍ତେ ପାଣି ବାହାରୁଛି। ଫଳରେ ରୋଷେଇ କରି ନ ପାରି ପୂରା ପରିବାର ଭୋକରେ ରହିଛନ୍ତି। ଏନେଇ ଅଭିଯୋଗ କରିବାରୁ ଗ୍ୟାସ୍‌ ଏଜେନ୍ସି ମାଲିକ ଦୁର୍ବ୍ୟବହାର କରିବା ସହ ଇଣ୍ଡେନ ଗ୍ୟାସ୍‌ କମ୍ପାନୀର ଭୁବନେଶ୍ୱର ଅଫିସକୁ ଯାଇ ଅଭିଯୋଗ କରିବାକୁ କହୁଥିବା ଭାଗ୍ୟଧର କହିଛନ୍ତି। ସେ ଜଗତପୁର ଥାନା ଅଧୀନ ଗୋପୀନାଥ ବଜାରସ୍ଥିତ ଗୋପୀନାଥ ଇଣ୍ଡେନ ଗ୍ରାମୀଣ ବିତରକ ଗ୍ୟାସ୍‌ ପଏଣ୍ଟରୁ ଗ୍ୟାସ୍‌ ଆଣିଥିଲେ। ଏହି ପଏଣ୍ଟରୁ ସାଲେପୁର ନିର୍ବାଚନମଣ୍ଡଳୀର ଅଧିକାଂଶ ପଞ୍ଚାୟତକୁ ସାଧାରଣ ଓ ଉଜ୍ଜ୍ୱଳା ଉପଭୋକ୍ତାଙ୍କ ସହ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଗ୍ୟାସ୍‌ ବିତରଣ କରାଯାଉଛି। ସିଲିଣ୍ଡର ପିଛା ଦର ନିର୍ଦ୍ଧାରଣ କରାଯାଇଥିଲେ ମଧ୍ୟ ଘର ପାଖରେ ଗ୍ୟାସ୍‌ ପହଞ୍ଚାଇବାକୁ ଏଜେନ୍ସି ଲୋକଙ୍କଠାରୁ ୩୦ରୁ ୫୦ଟଙ୍କା ଅଧିକ ନେଉଥିବା ଭାଗ୍ୟଧରଙ୍କ ସମେତ ବହୁ ଉପଭୋକ୍ତା ଅଭିଯୋଗ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ୧୪.୫ ଲିଟର ଗ୍ୟାସ୍‌ ଆଣିଲେ ସିଲିଣ୍ଡରରୁ ୩ରୁ ୪ଲିଟର ପାଣି ବାହାରୁଥିବା ଦୀର୍ଘଦିନ ହେବ ଅଭିଯୋଗ ହୋଇ ଆସୁଛି। ଏଜେନ୍ସି ଭୁବନେଶ୍ୱରରେ ଅଭିଯୋଗ କରିବାକୁ କହୁଥିବାରୁ ସେମାନେ ଚିନ୍ତାରେ ପଡିଛନ୍ତି। ଖବର ପାଇବା ପରେ ଧରିତ୍ରୀ ପ୍ରତିନିଧି ବାସ୍ତବତା ଜାଣିବାକୁ ଉକ୍ତ ଏଜେନ୍ସିକୁ ଯାଇଥିଲେ। ସେହି ସମୟରେ ଭାଗ୍ୟଧର ପାଣି ବାହାରୁଥିବା ଉକ୍ତ ଟାଙ୍କିକୁ ଧରି ଏଜେନ୍ସିରେ  ଅଭିଯୋଗ କରିବା ସହ ବଦଳାଇବାକୁ କହୁଥିଲେ। ହେଲେ ଏଜେନ୍ସି ମାଲିକ ଉକ୍ତ ଟାଙ୍କିକୁ ଗ୍ରହଣ ନ କରି ଅନ୍ୟ କାହାର କହି ଫେରାଇ ଦେଇଥିଲେ। ଏନେଇ ଏଜେନ୍ସି ମ୍ୟାନେଜର ଲୋକନାଥ ରାଉତ କହିଛନ୍ତି, କୌଣସି ଗ୍ରାହକଙ୍କ ଟାଙ୍କିରେ ପାଣି ଥିବାର ଅଭିଯୋଗ ଆସିଲେ ସେମାନଙ୍କୁ ଅନ୍ୟଏକ ଟାଙ୍କି ଦିଆଯିବାର ନିୟମ ରହିଛି। କିନ୍ତୁ ଭାଗ୍ୟଧରଙ୍କୁ ଏଜେନ୍ସି ମାଲିକ ଉକ୍ତ ଟାଙ୍କି ଆଉ କାହାର କହି ଫେରସ୍ତ କରିବା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ରହିଥିବା ବାରି ହୋଇପଡୁଛି। ଘଟଣାର ତଦନ୍ତ କରାଯାଇ ଉକ୍ତ ଏଜେନ୍ସି ଓ ଯୋଗାଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଉପଭୋକ୍ତାମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ରୁ ଯୁକ୍ତ ୨ ଖାତାଦେଖା, ମେ ୧୫ ସୁଦ୍ଧା ପରୀକ୍ଷାଫଳ

ଭୁବନେଶ୍ବର,୨୮ା୩(ସୁଚିସ୍ମିତା ସାହୁ): ଆସନ୍ତା ମେ’ ୧୫ ସୁଦ୍ଧା ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା-୨୦୨୫ ଫଳ ପ୍ରକାଶ ପାଇବ। ଏନେଇ ଶୁକ୍ରବାର ଉଚ୍ଚ...

ପୁଣି ଲଘୁଚାପ, ଏସବୁ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୭ା୩ (ଅନୁରାଧା ମହାରଣା)- ପାଣିପାଗକୁ ନେଇ ପୁଣି ବଡ଼ ଖବର । ପୁଣି ମିଳିବ ଆଶ୍ବସ୍ତି । ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର...

ଘୁମୁସର ହାଡ଼ିକୁଳ ସମାଜର ସ୍ମାରକପତ୍ର

ଭଞ୍ଜନଗର,୨୮ା୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଘୁମୁସର ତାଲୁକା ହାଡି କୁଳ ସମାଜ ପକ୍ଷରୁ ବିଭିନ୍ନ ଦାବି ନେଇ ଗୁରୁବାର ଭଞ୍ଜନଗର ଡେପୁଟି କଲେକ୍ଟର ସୁମନ ଘୋଷଙ୍କୁ ସ୍ମାରକପତ୍ର...

ଲେଙ୍ଗୁ ମିଶ୍ର ଛକ -ଜୀରାବ୍ରିଜ ରାସ୍ତା ଜବରଦଖଲ: ବାଜିଲା ଡାକବାଜି, ୩୦ରୁ ଉଚ୍ଛେଦ ଆରମ୍ଭ

ବରଗଡ, ୨୮।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଦାବିରେ ଆନ୍ଦୋଳନ ଚେତାବନୀ ଦେବା ପରେ ପୌର...

ଅଙ୍ଗନାବାଡି କର୍ମୀ ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଥମୁନି, କର୍ମୀଙ୍କ ବିରୋଧରେ ପ୍ରଶାସନର ଦ୍ୱାରସ୍ଥ ଗ୍ରାମବାସୀ

ଛତ୍ରପୁର,୨୮।୩(ଦିଲ୍ଲୀପ ସାମଲ) : ଅଙ୍ଗନାବାଡି କର୍ମୀ ଓ ଗ୍ରାମବାସୀଙ୍କ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦୁଇଦିନ ତଳେ ଅଙ୍ଗନାବାଡ଼ି କର୍ମୀଙ୍କ ସପକ୍ଷରେ ୟୁନିୟନ ଆଗକୁ...

ବରଗଡ଼ରେ ପଞ୍ଜାବ କୃଷକ ଆନ୍ଦୋଳନର ତାତି, ଦାହ ପୂର୍ବରୁ କୁଶପୁତ୍ତଳିକା ଛଡ଼ାଇ ନେଲା ପୋଲିସ

ବରଗଡ଼, ୨୮।୩(ପ୍ରେମାନନ୍ଦ ଖମାରୀ)- ପଞ୍ଜାବରେ କୃଷକ ଆନ୍ଦୋଳନ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସାରାଦେଶରେ ଆନ୍ଦୋଳନ ତେଜି ଉଠିଛି। ବରଗଡ଼ ଜିଲାରେ ମଧ୍ୟ ଶୁକ୍ରବାର ଆନ୍ଦୋଳନ...

ଲାଞ୍ଜିଗଡ଼ରେ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

ଲାଞ୍ଜିଗଡ଼,୨୮ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶୁକ୍ରବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରଧାନ...

ପୋଲିସ କର୍ମଚାରୀଙ୍କ ବେପରୁଆ ଗାଡ଼ିଚାଳନା, ଘର ଭିତରେ ପଶାଇଦେଲେ ଗାଡ଼ି, କାବୁ କଲେ ଲୋକେ

ଢେଙ୍କାନାଳ, ୨୮।୩(ରତନ ନାୟାର): କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ବେପରୁଆ ଗାଡି ଚାଳନା। ନିଶାଶକ୍ତ ଅବସ୍ଥାରେ ବେପରୁଆ କାର ଚଳାଇ ଏକ ଜଳଖିଆ ଠେଲାକୁ ଧକ୍କା ଦେଇ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image