ହୀରାକୁଦ ଡ୍ୟାମର ୧୫ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ଜଳ

ସମ୍ବଲପୁର,୨୮ା୬(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ର ୧୫ଟି ଗେଟ୍‌ ଦେଇ ରବିବାର ଜଳ ନିଷ୍କାସିତ ହେଉଛି । ବାମପାର୍ଶ୍ୱର ୧୦ ଓ ଡାହାଣପାର୍ଶ୍ୱର ୫ ସ୍ଲୁାଇସ୍‌ ଗେଟ୍‌ ମୋଟ ୧୫ ଗେଟ୍‌ ଖୋଲାଯାଇଛି। ଜଳସ୍ତର ୬୧୨.୨୭ ଘନ ଫୁଟ ରହିଛି । ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡ୍‌ରେ ୭୦ ହଜାର ୩୪୫ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୪୪ ହଜାର ୪୨୭ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି । ମିଳିଥିବା ରିପୋର୍ଟ ଅନୁସାରେ ପଥର୍ଲାରେ ୨୨ ହଜାର ୧୨୯ କ୍ୟୁସେକ, ଖଇରମାଲରେ ୩ ଲକ୍ଷ ୧୫ ହଜାର, ବରମୁଲାରେ ୨ ଲକ୍ଷ ୧୯ ହଜାର ୨୫୦ କ୍ୟୁସେକ , ମୁଣ୍ଡଳିରେ ୧ ଲକ୍ଷ ୭୭ ହଜାର ୧୮୫ କ୍ୟୁସେକ ଜଳ ପ୍ରବାହିତ ହେଉଛି । ବୁର୍ଲାରେ ୬.୪ ମିମି ବର୍ଷା ରେକର୍ଡ କରାଯାଇଛି ।

Share