ପୋଲ ଉପରେ ଚାଲୁଛି ପାଣି, ଯାତାୟାତ ଠପ୍‌

ଭବାନୀପାଟଣା,୯।୮(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଣ୍ଡାକୁଟା ନିକଟସ୍ଥ ହାଲେର ଜୋର ଆପ୍ରୋଚ ପୋଲ ଉପରେ ପୁଣି ଥରେ ପାଣି ଚାଲିଥିବା ଦେଖିବାକୁ ମିଳିଛି। ତେବେ ପୋଲ ଉପରୁ ପାଣି ବଢୁଥିବା ଦେଖି ପ୍ରଶାସନ ପକ୍ଷରୁ ଲୋକଙ୍କ ସୁରକ୍ଷା ପାଇଁ ଦିନ ୧ଟା.୨୦ରୁ ଉକ୍ତ ରାସ୍ତାକୁ ବନ୍ଦ କରାଯାଇଛି। ଏହା ଯୋଗୁଁ ଜୁନାଗଡ଼-ଧର୍ମଗଡ଼ ଜାତୀୟ ରାଜପଥ ୧୩୦(ସି) ମୁଖ୍ୟ ରାସ୍ତାରେ ଏବେ ଯାତାୟାତ ବନ୍ଦ ରହିଛି।

ସୂଚନାଯୋଗ୍ୟ, ମଙ୍ଗଳବାର ସକାଳୁ ପୋଲ ଉପରୁ ପାଣି କମିବା ପରେ ଏହି ରାସ୍ତାରେ ଯାତାୟତ ସ୍ବାଭାବିକ ହୋଇଥିଲା। ହେଲେ ଦିନ ୧ଟା ପରେ ପୁଣି ପାଣି ବଢ଼ିଯିବାରୁ ଏହି ପୋଲ ଉପରେ ପାଣି ଚାଲିଥିଲା। ବର୍ତ୍ତମାନ ସୁଦ୍ଧା ପାଣି କମି ନଥିବା ଜଣାପଡିଛି। ହାଲେର ଜୋର ଉପରେ ନିର୍ମାଣ ହେଉଥିବା ପୋଲ କାମ ଅଧାପନ୍ତରିଆ ହୋଇଛି। ଯାହା ଫଳରେ ସେଠାରେ ନିର୍ମାଣ କରାଯାଉଥିବା ଆପ୍ରୋଚ ପୋଲ ଉପରେ ପାଣି ଚାଲୁଛି। ଏହାକୁ ମିଶାଇ ଗତ ମାସକ ମଧ୍ୟରେ ୪ ଥର ବର୍ଷା ପାଣି ପ୍ରବାହିତ ହୋଇ ସାରିଲାଣି। ତେବେ ଏନେଇ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବ ପାଇଁ ସଜବାଜ: ନୂତନ କମିଟି ଚୟନ ପାଇଁ ନିଷ୍ପତି

ଦାରିଙ୍ଗବାଡି,୨୩୧୨( ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡିରେ ୨୦୨୫ ଶୀତ ମହୋତ୍ସବ ପାଳନ କରାଯିବା ପାଇଁ ସୋମବାର ଶୀତ ମହୋତ୍ସବ ପାଳନ କମିଟିର ସମ୍ପାଦକ ତଥା ବିଡ଼ିଓ...

ବନ ବିଭାଗର ବଡ଼ ଧରଣର ଚଢ଼ାଉ: ଧରାପଡ଼ିଲେ ବାଘ ଛାଲ ରାକେଟ୍‌

ଭୁବନେଶ୍ୱର,୨୩।୧୨: ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲାରେ ସୋମବାର ବନ ବିଭାଗ ଏବଂ ସ୍ପେଶାଲ ସ୍କ୍ବାଡ୍‌ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଚଢାଉ ବେଳେ ଅଧିକାରୀମାନେ...

ପ୍ରଥମଥର ଦାରିଙ୍ଗବାଡି ବୁଲିଲେ ଗଣଶିକ୍ଷା ମନ୍ତ୍ରୀ: ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି,୨୩।୧୨( ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ଦିନିକିଆ ଗସ୍ତରେ ସୋମବାର ଓଡିଶା ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ତଥା ଅନୁସୂଚିତ ଜାତି ଜନଜାତି ଉନ୍ନୟନ ସଂଖ୍ୟା...

ଉଜୁଡା ଫସଲ ଦେଖି ଧାନ କ୍ଷେତରେ ଟଳିପଡିଲେ ଚାଷୀ

ସାକ୍ଷୀଗୋପାଳ, ୨୩।୧୨(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଅଦିନିଆ ବର୍ଷା ପାଣିରେ ଧାନ ଫସଲ ପଡିଥିବା ଦେଖି ଜଣେ ଚାଷୀ ସୋମବାର ଧାନ କ୍ଷେତରେ ଟଳି ପଡ଼ିଛନ୍ତି।...

ଥାନା ଅଞ୍ଚଳରେ ସିରିଜ ଚୋରି: ବଢିଲା ପୋଲିସର ମୁଣ୍ଡବ୍ୟଥା

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଇଲାକାରେ ସିରିଜ ଚୋରି ପୋଲିସର ମୁଣ୍ଡବ୍ୟଥା ବଢାଇ ଦେଇଛି। ଦୁର୍ବୃତ୍ତମାନେ ଲଗାଣ ବର୍ଷା ଓ ଶୀତ ରାତିର ସୁଯୋଗ...

ଜିନ୍ନତକୁ ଟ୍ରାଙ୍କୁଲାଇଜ ପାଇଁ ଚାଲିଛି ଉଦ୍ୟମ

ଭୁବନେଶ୍ୱର,୨୩।୧୨: ଶିମିଳିପାଳରୁ ଖସି ପଳାଇଥିବା ବାଘୁଣୀ ଜିନ୍ନତକୁ ଓଡ଼ିଶା ଫେରାଇ ଆଣିବାକୁ ବନ ବିଭାଗ କସରତ ଆରମ୍ଭ କରିଦେଇଛି। ବାଘୁଣୀ ଜିନ୍ନତ ଏବେ ପଶ୍ଚିମବଙ୍ଗ ପୁରୁଲିଆରେ...

ଖବରକାଗଜ ବିତରକଙ୍କ ଉପରକୁ ଡେଇଁଲା ମାଙ୍କଡ଼: ଆଉ ତା’ପରେ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ସଦରମହାକୁମା ଛତ୍ରପୁରରେ ମାଙ୍କଡ଼ ମାନଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ଜଣେ ଖବରକାଗଜ ବିତରକ ଏହାର ଏହାର ଶିକାର ହୋଇଛନ୍ତି।...

ଏଫଏକ୍ୟୁ ମାନ କୋହଳ ପାଇଁ ଉଠିଲା ଦାବି

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ଲଗାଣ ବର୍ଷା ହେତୁ ଖରିଫ ଧାନ ଫସଲ କ୍ଷୟକ୍ଷତିର ଭରଣା, ଧାନର ଏଫଏକ୍ୟୁ ମାନ କୋହଳ, ଟୋକେନ ଅବଧି ବର୍ଦ୍ଧିତ ଦାବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri